ନୟାଗଡ଼(ରତ୍ନାକର ହୋତା): ନୟାଗଡ଼ ଦେବତ୍ତୋର କଲୋନୀ ରେ ବିଶିଷ୍ଠ ଶିକ୍ଷକ ପ୍ରମୋଦ କୁମାର ହୋତାକଂ ତତ୍ବାବଧାନରେ ପରିଚାଳିତ ୟୁ.ସି.ମାସ୍ (Universal Concept of Mental Arithmatic System)ର ଏକ ମତିସ୍କ ଶକ୍ତି ପରିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଜୁଲାଇ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥୁରେ ନୟାଗଡ ୟୁ.ସି.ମାସ୍ ର ୪୮ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଏହି ପ୍ରତିଯୋଗୀତା ମୁଖ୍ୟତଃ ୩ ପ୍ରକାର ହୋଇଥିଲା । ଦର୍ଶନୀୟ କାର୍ଯ୍ୟକ୍ରମ ମାଧ୍ୟମରେ , ୮ ମିଳିଟରେ ୨୦୦ ପ୍ରଶ୍ନର ସମାଧାନ କରିବାକୁ ପଡିଥାଏ । ଏହି ପ୍ରତିଯୋଗୀତାରେ ନୟାଗଡ଼ UCMASର ୧୪ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ । ଶ୍ରବଣୀୟ ପ୍ରତିଯୋଗୀତାରେ ପ୍ରଶ୍ନ କରାଯାଇଥାଏ ଏବଂ ଏଥିରେ ଜଣେ ଛାତ୍ରୀ ପୁରସ୍କୃତ ହୋଇଥିଲେ ଏବଂ ୨ ଜଣ ସ୍ବର୍ଣ୍ଣ ପଦକ ପାଇଛନ୍ତି ଏବଂ ଜଣେ ରୈlପ୍ୟ ପଦକ ପାଇଛନ୍ତି । ଏହା ସହ ଫ୍ଲାସକାର୍ଡ଼ ପ୍ରତିଯୋଗୀତାରେ ୨ ଜଣ ଛାତ୍ର ପୁରସ୍କୃତ ହୋଇଥିବା ବେଳେ ୨ ଜଣ ଛାତ୍ରୀ ସ୍ବର୍ଣ୍ଣ ପଦକ ପାଇଛନ୍ତି । ଜୁଲାଇ ୧୩ ତାରିଖରେ କିଟ୍ କ୍ୟାମ୍ପସରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ ଜୁଲାଇ ୧୪ ତାରିଖରେ ରେଳ ପ୍ରେକ୍ଷାଳୟ ଭୂବନେଶ୍ୱର ଠାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।