କଲିଙ୍ଗିରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସଲିମ୍ ଟିମ୍ ବିଜେତା….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତର କଲିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି  ଟୁର୍ଣ୍ଣାମେଣ୍ଟରେ ପଞ୍ଚାୟତ ଅଞ୍ଚଳରୁ ୧୨ଗୋଟି ଦଳ ଭାଗ ନେଇ ଥିଲେ l ଏହି ଫାଇନାଲ ମ୍ୟାଚରେ ସଲିମଙ୍କ ଦଳ ଵିଜୟୀ ହୋଇ ଥିବା ବେଳେ ବାପିଙ୍କ ଦଳ ଉପ ବିଜେତା ଭାବେ ପୁରସ୍କୃତ ହୋଇ ଛନ୍ତି । ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ  ଅଞ୍ଚଳର ବୁଦ୍ଧିଜୀବି ଓ ଯୁବବର୍ଗଙ୍କ ଉଦ୍ୟମରେ ଆୟୋଜିତ ଏହି  ଟୁର୍ଣ୍ଣାମେଣ୍ଟରେ ଉଦ୍ ଯାପାନୀ ସମାରୋହରରେ ମୁଖ୍ୟ ଅତିଥି ଭାବେ ତାଜୁଙ୍ଗିଆ ସରପଞ୍ଚ ଶ୍ରୀମତୀ ଚୁମକି ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ହେରଦ ମାଝୀ,  ତାଜୁଙ୍ଗିଆ ସମିତି ସଭ୍ୟ ଅକ୍ଷୟ କୁମାର ନାୟକ, ବିଜେଡି ପଞ୍ଚାୟତ ସଭାପତି ସାମସନ୍ ମଲ୍ଲିକ, କଲିଙ୍ଗି ବିଜେଡ଼ି ବୁଥ ସଭାପତି ବିରେନ ନାୟକ ସମେତ କଲିଙ୍ଗି ଓ ସୁଲୁମାର ୫, ଗୋଟି  ୱାର୍ଡମେମ୍ୱରମାନେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ଵାରା ଉଭୟ ଦଳକୁ ପୁରସ୍କୃତ  କରା ଯାଇଥିବା ବେଳେ ଗ୍ରାମର ଯୁବ ବର୍ଗ ପରିଚାଳନାରେ ସହଯୋଗ କରିଥିଲେ ।