ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଅଭାବ, ଜନ ଅସନ୍ତୋଷରୁ ଦେଖାଦେଇଛି ଉତ୍ତେଜନା….

ସିମୋନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଅଭାବ ହେତୁ ସେଜରେ ଛଟପଟ ହଉଛନ୍ତି ରୋଗୀ । ଲୋକଙ୍କ ଅସନ୍ତୋଷରୁ ଦେଖାଦେଇଛି ଉତ୍ତେଜନା । ଶନିବାର ଦ୍ବିପ୍ରହରରୁ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ହସ୍ପିଟାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆମ୍ବୁଲାନ୍ସ ନମିଳିବାରୁ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃ ବିଭାଗ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ସନ୍ଧ୍ୟା ୭ଟା ୩୦ ସୁଦ୍ଧା ରୋଗୀଙ୍କୁ ଅନ୍ୟତ୍ର ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା ହୋଇପାରି ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା । ପ୍ରକାଶ ଯେ, ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିଆଙ୍ଗବାଲିର ଅନିତା ପ୍ରଧାନଙ୍କୁ ଅକ୍ସିଜେନ ଦେଇ ରଖାଯାଇଥିଲା । କିନ୍ତୁ ତାଙ୍କୁ ଅନ୍ୟତ୍ର ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ନାହିଁ । ସେ ଗୁରୁତର ରହିଥ‌ିବା ପରିବାର ଲୋକ କରିଛନ୍ତି। ସେହିପରି ଭ୍ରମରବାଡ଼ି ପଞ୍ଚାୟତ କେରୁବାଡି ଗ୍ରାମର ସରୋଜିନୀ ମଲିକ ମଧ୍ୟ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ ମଧ୍ୟ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି | ତେବେ ଏହି ୨ ମହିଳାଙ୍କୁ ଅନ୍ୟତ୍ର ନେବାକୁ ବ୍ୟବସ୍ଥା ନ ଥିବା ନାରୀନେତ୍ରୀ ବିଳାସିନି ନାୟକ ଅଭିଯୋଗ କରିଛନ୍ତି | ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ପାଇଁ ଘୁ.ଉଦୟଗିରି ବିଧାୟକଙ୍କ ଦାରିଙ୍ଗବାଡି ପ୍ରତିନିଧି ପ୍ରମୋଦ ଦିଗାଲ, ଚିତ୍ରସେନ ନାୟକ, ମିଖାଇଲ ପ୍ରଧାନ, ରିପୁନ ପ୍ରଧାନଙ୍କ ସମେତ ବହୁ ଲୋକ ଏହାର ପ୍ରତିବାଦ କରି ଆଗାମୀ ଦିନ ମାନଙ୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବେ ବୋଲି ବିନାସିନି ଚେତାବନୀ ଦେଇଛନ୍ତି । ଏନେର ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ସ୍ବାଗତ ସେନାପତି କହିଛନ୍ତି ଯେ ଗୋଟିଏ ରୋଗୀଙ୍କ ପରିବାର ଏବେ ୧୦୮ ଆମ୍ବୁଲାନ୍ସକୁ ଡକାଇଛନ୍ତି, ସେ ଅନ୍ୟତ୍ର ଯିବେ, ଆର ଗୋଟିଏ ଆମ୍ବୁଲାନ୍ସ ଅନ୍ୟରୋଗୀଙ୍କୁ ନେଇ ଯାଇଛି ସେ ଫେରିଲେ ଅନ୍ୟ ରୋଗୀ ଯାଇପାରିବେ ବୋଲି କହିଛନ୍ତି ।