ୟୁ ପି ଆଇ କାରବାର ଉପରେ ୦.୪ ପ୍ରତିଶତ ଏମ୍ ଡି ଆରକୁ ନେଇ ବ୍ୟବସାୟୀ ସଂଘ ତରଫରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ଏମଡିଆର ବ୍ୟବସ୍ଥାକୁ ନେଇ ଘୁ.ଉଦୟଗିରି ବ୍ୟବସାୟୀ ସଂଘ ତରଫରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଆସନ୍ତା ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ୟୁପିଆଇ କାରବାରର ନୁଆଁ ନିୟମକୁ ନେଇ ଗତ ଶୁକ୍ରବାର ଦିନ ବ୍ୟବସାୟୀ ସଂଘ ତରଫରୁ ସଂଘ ସଭାଗୃହ ଠାରେ ସଭାପତି ସମୀର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ହୋଇଥିଲା l ବୈଠକରେ ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାରଙ୍କ ଏମଡିଆର ବା ୦.୪ ପ୍ରତିଶତ ଟିକସ ବ୍ୟବସାୟୀମାନଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବା ସହ ଆର୍ଥିକ କ୍ଷତି ହେବା ସହ ଡିଜିଟାଲ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବା ନେଇ ଉପସ୍ଥିତ ସଦସ୍ୟ ମତାମତ ଦେଇଥିଲେ l ଏହି ଅତିରିକ୍ତ ଟିକସ ବ୍ୟବସ୍ଥା ଦ୍ୱାରା ବଡ ଖୁଚୁରା ବ୍ୟବସାୟୀଙ୍କ ରିହାତୀ ବ୍ୟବସ୍ଥା ଛୋଟ ବ୍ୟବସାୟୀଙ୍କୁ ଅଡ଼ୁଆରେ ପକାଇପାରେ l ତାସହିତ ଅନଲାଇନ କିଣାବିକା ଅତ୍ୟଧିକ ପ୍ରଭାବିତ ହେବ l ମୁଖ୍ୟତଃ ପ୍ରାୟତଃ ସମସ୍ତ ବ୍ୟବସାୟୀ ଦୋକାନରୁ ହିଁ ଘର ଚଳାନ୍ତି l ଯଦି ସରକାରଙ୍କ ପ୍ରସ୍ତାବିତ ଏହି ଅତିରିକ୍ତ ଟିକସ ଲାଗୁ ହୁଏ ତେବେ ବ୍ୟବସାୟୀ ବନ୍ଧୁମାନେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେବ ବୋଲି ମତାମତ ଦେବାସହ ଏହି ଆଇନକୁ ବିରୋଧ କରିଥିଲେ l ବୈଠକରେ ଆଲୋଚନା ଓ ନିଷ୍ପତି ଅନୁଯାୟୀ ସୋମବାର ଦିନ ସଂଘ ତରଫରୁ ବନ୍ଧ ଛକ ଠାରୁ ଏକ ରାଲିରେ ତହସିଲଦାର କାର୍ଯ୍ୟାଳୟ ଆସି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ଅରୁଣ କୁମାର ଷଢଙ୍ଗୀ, କାଳୁଚରଣ ପଣ୍ଡାଙ୍କ ସହ କେ ସୂର୍ଯ୍ୟନାରାୟଣ ପାତ୍ର, ଏମ ଡି ବାରୀଙ୍କ ସମେତ ସହରର ବହୁସଂଖ୍ୟାରେ ବ୍ୟବସାୟୀ ଉପସ୍ଥିତ ଥିଲେ l