ଘୁ.ଉଦୟଗିରି ବ୍ଲକ ଓ ନଗର କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ, ଶଶାନନ୍ଦ ପ୍ରଧାନ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l
ଏହି ସମ୍ମିଳନୀରେ କଂଗ୍ରେସ କର୍ମୀ ତଥା ଆଇଟିଡିଏ ବିଧାୟକ ପ୍ରତିନିଧି ଆଶିଷ କୁମାର ନାୟକ, ତଲାରୀମାହା ସରପଞ୍ଚ ବଳଭଦ୍ର କଂହର, ନଗର ସଭାପତି ଶୁଭ୍ରମନ୍ୟୁ ନାୟକ, ପୂର୍ବତ୍ତନ ବ୍ଲକ ସଭାପତି ସଦାନନ୍ଦ ନାୟକ, ରଟିଙ୍ଗିଆ ଗ୍ରାମପଞ୍ଚାୟତ ପୂର୍ବତ୍ତନ ସରପଞ୍ଚ ପାଉଲ ପ୍ରଧାନ, ପୂର୍ବତ୍ତନ ନଗର ସଭାପତି ଗଗନ କୁମାର ପ୍ରଧାନ, ଏନଏସି 8ନମ୍ବର ୱାର୍ଡ କାଉନ୍ସସିଲର ଯାକେଶ ପ୍ରଧାନ, କଂଗ୍ରେସ କର୍ମୀ ପ୍ରକାଶ ମହାମଳିକ, ଜିଖରୀୟ ନାୟକ, ମନୋଜ ପ୍ରଧାନ, ଆମୋଶ ନାୟକ, ମହାନନ୍ଦ ପ୍ରଧାନ, ପଦ୍ମଲୋଚନ ନାୟକ, ସଂଗ୍ରାମ ନାୟକ, ବିନଶ ନାୟକ, ରୋହିତ ପ୍ରଧାନ, ବାପି ନାୟକଙ୍କ ସମେତ ଆଠଟି ଗ୍ରାମ ପଂଚାୟତ ସହ ଏନଏସିରୁ ପାଖାପାଖି 100 ଜଣ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ l ଏହି କର୍ମୀ ସମ୍ମିଳନୀରେ ଆଇଟିଡିଏ ବିଧାୟକ ପ୍ରତିନିଧି ସଭାପତିତ୍ୱ କରି ଥିଲେ l ଆଗାମୀ ପଂଚାୟତରାଜ ଓ ଏନଏସି ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରିବା ସମ୍ପର୍କରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀ ଆଲୋଚନା କରିବା ସହ ସଂଗଠକକୁ ଅଧିକ ଶୁଦ୍ଧୃଡ଼ କରିବା ପାଇଁ ଯୁବନେତା ଶସାନନ୍ଦ ପ୍ରଧାନଙ୍କୁ ସର୍ବସନମତି କ୍ରମେ ଘୁ.ଉଦୟଗିରି ବ୍ଲକ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇ ଥିଲା l ଘୁ.ଉଦୟଗିରି କଂଗ୍ରେସକୁ ଅଧିକ ସକ୍ରିୟ ଓ ସଂଗଠିତ କରିବା ପାଇଁ ଉପସ୍ଥିତ ନେତା ଓ କର୍ମୀ ମତାମତ ପ୍ରଦାନ କରିବା ସହ ଯୁବନେତା ଶାସନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l