ଅକ୍ଟୋବର ୮ ‘ଓଡ଼ିଶା ବନ୍ଦ’ ସଫଳ କରିବାକୁ କଂଗ୍ରେସର ନିବେଦନ: ପୁରୁଣା ଲୋକଙ୍କୁ ନେଇ ଲଢିବ ଦଳ, ବିଶୃଙ୍ଖଳାକାରୀ ଉପରେ କଡା ଆଭିମୁଖ୍ୟ…..
ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ ଆସନ୍ତା ୮ ତାରିଖ ବନ୍ଦ ସଫଳ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ଜିଲ୍ଲାର ବିଭିନ୍ନ ବ୍ଳକ ଓ ସହରାଞ୍ଚଳ ନେତୃତ୍ବଙ୍କୁ ନେଇ ବୈଠକ ସରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ବି.ଦଣ୍ଡପାଣି ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏମ୍ଏମ୍ ଡିଆର ସଂଶୋଧନ ଆଇନ୍, ଭୋଟର ତାଲିକାର ଏସ୍ଆଇଆର ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବିରୋଧରେ ଆସନ୍ତା ଅକ୍ଟୋବର ୮ ତାରିଖ ‘ଓଡ଼ିଶା ବନ୍ଦ’କୁ ସଫଳ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି । ଲୋକଙ୍କ ସ୍ବାର୍ଥପାଇଁ ଏହି ଆନ୍ଦୋଳନ ହେଉଥିବା ବେଳେ ସମସ୍ତେ ଏଥିରେ ସାମିଲ ହୋଇ ସହଯୋଗ କରିବାକୁ ସେ କହିଥିଲେ । ଦେଶର ମୂଲ୍ୟବାନ ଖଣିଜ ସମ୍ପଦ ଓ ଜଙ୍ଗଲ ଜମିକୁ କର୍ପୋରେଟ୍ ସ୍ୱାର୍ଥରେ ବ୍ୟବହାର କରିବାର ରାସ୍ତା ପ୍ରଶସ୍ତ କରାଯାଉଛି । ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍କୁ ତ୍ୱରାନ୍ୱିତ କରିବ ବୋଲି ଦଳ ଅଭିଯୋଗ କରିଛି l ଅନ୍ୟପକ୍ଷରେ, ଏସ୍ଆଇଆର୍ ନାମରେ ବହୁ ବୈଧ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିବାର ଆଶଙ୍କା ଅଛି ଯାହାକି ଗଣତାନ୍ତ୍ରିକ ଅଧିକାର ପ୍ରତି ବିପଦ।ଜଳ, ଜଙ୍ଗଲ, ଜମିର ସୁରକ୍ଷା, ଖଣିଜ ସମ୍ପଦର ଲୁଟ୍ ବନ୍ଦ, ଆଦିବାସୀ ଓ କୃଷକଙ୍କ ଅଧିକାର ସୁରକ୍ଷା ଏବଂ ନାଗରିକଙ୍କ ମତାଧିକାର ରକ୍ଷା ପାଇଁ ‘ଓଡ଼ିଶା ବନ୍ଦ’କୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ତରଫରୁ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏଥିସହ ଜିଲ୍ଲା ପଶ୍ଚିମ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଥିଲେ ଯେ,ଦଳୀୟ ବିଶୃଙ୍ଖଳା ଯୋଗୁଁ କଂଗ୍ରେସ ଦଳରୁ ଚାରି ଜଣ କର୍ମୀଙ୍କୁ ନିଲମ୍ବିତ କରି ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ । ଏଥିରେ ଉପସଭାପତି ବାବୁଲି ବିନ୍ଧାଣିରା, ଜୟନ୍ତୀ ମହାନନ୍ଦିଆ, ନଗର ସଭାପତି ପ୍ରମୋଦ ଭୂୟାଁ, ଜିଲ୍ଲା ପଛୁଆ ବର୍ଗ ସଭାପତି ଉମା ଶଙ୍କର ଲେଙ୍କା, ଜିଲ୍ଲା ସମ୍ପାଦକ ପ୍ରସନ୍ନ ବିଶ୍ୱାଳ, ବୁଗୁଡ଼ା ବ୍ଳକ ସଭାପତି ଜାନକୀ ରାଉତ, ଏ ରମେଶ, ତୋଫାନ ଜେନା, ରବୀନ୍ଦ୍ର ସାହୁ, ବୀରେନ୍ଦ୍ର କୁମାର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।