ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନଗର ବିଜୁ ଜନତା ଦଳର ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନନ୍ଦିତା ପ୍ରଧାନ ମନୋନୀତ ହୋଇଛନ୍ତି l ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରାଯାଇଛି l ବର୍ତ୍ତମାନ ଶ୍ରୀମତୀ ନନ୍ଦିତା ପ୍ରଧାନ ୱାର୍ଡ 12ର କାଉନ୍ସସିଲର ଭାବେ ନିର୍ବାଚିତ ହୋଇଛନ୍ତି l ଏହି ଗୁରୁଦାୟିତ୍ୱ ମିଳି ଥିବାରୁ ବିଜୁଜନତା ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ହେବାକୁ ଥିବା ମ୍ୟୁନସପାଲଟି ନିର୍ବାଚନରେ ବିଜୁ ଜନତା ଦଳକୁ ଜିତାଇବା ସହ ସଂଗଠନକୁ ଶୁଦ୍ଧୃଡ଼ କରିବା ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀମତୀ ନନ୍ଦିତା ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l