କଲିଙ୍ଗୀ ଓ ସୁଲୁମାରେ ତିନି ଦିନିଆ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତାଜୁଙ୍ଗିଆ ପଞ୍ଚାୟତର କଲିଙ୍ଗି ଓ ସୁଲୁମା ଠାରେ ମିଳିତ ଭଲିବଲ ଟୋର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି l ଏହା ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଶୁକ୍ରବାର ଦିନ ଉଦଘାଟନୀର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ସାମସନ୍ ମଲ୍ଲିକ୍ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ରୁଦା ମଲ୍ଲିକ୍ , ବିଏସଏଫ୍ କ୍ୟାମ୍ପ କମାଣ୍ଡର  ଭୂପେନ୍ଦ୍ର ରଣା, ଏଏସଆଇ ବାଛୁ ସିଂ, କଲିଙ୍ଗି ପ୍ରଧାନ ଶିକ୍ଷକ ନିରଞ୍ଜନ ମଲ୍ଲିକ୍ , ରଞ୍ଜନ ମଲ୍ଲିକ୍ ସମେତ ଅନ୍ୟାନ୍ୟ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅଞ୍ଚଳରେ ଭାଇଚାରାକୁ ବଜାୟ ରଖିବା ସହ ଯୁବ ପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି  ଟୁର୍ଣ୍ଣାମେଣ୍ଟରେ ଯୁବ ପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ ଯୋଗ ଦେଇ ଥିବା ୧୨ଗୋଟି ଦଳକୁ ମଧ୍ୟ ପ୍ରଦେଶ ସ୍ଥିତ ସଦାଶିବ ଇଂଲିସ୍ ମିଡିଅମ ସ୍କୁଲର  ଡାଇରେକ୍ଟର ଗାନ୍ଧୀ ସିଂ ଟି ସାର୍ଟ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଦସ୍ୟ ସଲିମ ମଲ୍ଲିକ୍, ଗାନ୍ଧୀ ସିଂ, ବାପି ମୁଖେମାଝୀ, ନରେନ୍ ନାୟକ ନେତୃତ୍ୱ ନେଉ ଥିବା ବେଳେ ମ୍ୟାଚ୍ ରେଫରୀ ଭାବେ କୈଳାଶ ମଲ୍ଲିକ୍ ଖେଳ ପରିଚାଳନା କରିଥିଲେ ।