ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ମାଙ୍କଡକୁମ୍ପା ଓ ତିନି ଛକିଆ ରାସ୍ତା ମଝିରେ ବାଇକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୩ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି ମୋବାଇଲ ଫୋନ, ଗୋଟିଏ ମଟର ସାଇକଲ ଓ ୧୩୫୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି । ସୂଚନା ଅନଯାୟୀ, ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ଗୁରୁବାର ଦିନ ପେଟ୍ରୋଲିଂ କରୁଥିବା ସମୟରେ ୨ ଜଣ ବାଇକରେ ଗଞ୍ଜେଇ ନେଉଥିବା ଦେଖି ଜବତ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଖୁରୁଡୁ ପଲ୍ଲୀ ଗ୍ରାମର ଦିଲ୍ଲିପ ଜାନୀ ଓ ବେଣିଆ ସାହିର ମିଥୁନ ସେଠୀ । ବାଇକରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ଆସୁଥିବା ପୁଲିସ କହିଥିବା ବେଳେ ଏନେଇ କେସ୍ ନମ୍ବର ୧୪୦/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି ।