୧୫୭ ନମ୍ବର ଜାତୀୟ ରାଜପଥ ତଥା ବିଜୟୱାଡା-ରାଞ୍ଚି କରିଡର କଳିଙ୍ଗା ଘାଟିରେ ପୁଣି ଧସିଲା ପଥର ୱାଲ, ସ୍ଥିତି ଅନୁଧ୍ୟାନ କଲେ ଘୁ.ଉଦୟଗିରି ତହସିଲଦାର ଓ ଅତିରିକ୍ତ ତହସିଲଦାର…..
ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି କଳିଙ୍ଗା ଘାଟିରେ ଧସିଲା ପଥର ୱାଲ ଓ ମାଟି l ଯାହା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିକୁ ସିଲ କରିଛି ଜିଲ୍ଲା ପ୍ରଶାସନ l ଏନେଇ ଏକ ଚିଠି ଜାରୀ କରିଛି ଜିଲ୍ଲା ପ୍ରଶାସନ l ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ ବନ୍ଦ କରିଥିଲେ l ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷାରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ନିକଟରେ ଦୀର୍ଘ ବର୍ଷ ଧରି ମନ୍ଦିର ପୂର୍ବରୁ ଥିବା ସଂକୀର୍ଣ୍ଣ ରାସ୍ତାରେ ଲୁହା ତାରଜାଲି ମାଧ୍ୟମରେ ପଥର ପିଚିଙ୍ଗ କାମ ଚାଲିଥିଲା ଯାହା ଆଜି ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି l ମାଟି ଅତଡା ଖସି ରାସ୍ତା ମଧ୍ୟ କିଛି ମାତ୍ରାରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଆଇ ଆଇ ସି ବିଜୟ କୁମାର ସ୍ଵାଇଁ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଗତ ବର୍ଷର ଭୂସ୍ଖଳନ ପରେ ଲଘୁଚାପ ଜନିତ ଲଗାଣ ବର୍ଷା ହେଲେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ମାଟି ଅତଡା ଖସିବାର ସମ୍ଭାବନା ରହିଥିଲା l ଯାହା ଆଜି ଦେଖିବାକୁ ମିଳିଛି l ପୁଣି ମାଟି ଅତଡ଼ା ଖସି ଧସି ଗଲା ଲକ୍ଷାଧିକ ଟଙ୍କାର ନିର୍ମାଣ କାମ l ବର୍ତ୍ତମାନ କଳିଙ୍ଗା ଘାଟି ବିପଦ ପୂର୍ଣ୍ଣ ଥିବାରୁ ଗଣମାଧ୍ୟମକୁ ମଧ୍ୟ ଯିବାକୁ ପ୍ରଶାସନ ବାରଣ କରୁଛି l କଳିଙ୍ଗା ଘାଟି ଦେଇ ଯାତ୍ରୀ ବାହୀ ବସ ତଥା ଅନ୍ୟ ଯାନବାହନ ଯାତାୟତ ବନ୍ଦ ରହିଛି I ଘୁ.ଉଦୟଗିରିରୁ ବ୍ରହ୍ମପୁର , ଭୁବନେଶ୍ୱର, ଭଞ୍ଜନଗର ଯାଉଥିବା ପ୍ରାୟ ବସ୍ ଗୁଡ଼ିକର ଯାତାୟତ ବନ୍ଦ ରହିଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପୁଲିସ ବିଭାଗ ତରଫରୁ କଳିଙ୍ଗା ଘାଟିର ପ୍ରାରମ୍ଭରେ ଥିବା ପଥ ପ୍ରାନ୍ତ ଠାରେ ନାକା ବନ୍ଦୀ କରାଯାଇଛି l ବାଲିଗୁଡ଼ା, ରାଇକିଆ, ସାରଙ୍ଗଡ଼ ପଟୁ ଏହି ରାସ୍ତା ଦେଇ ଆସୁଥିବା ଯାନ ବାହାନ ଗୁଡ଼ିକ ଟିକାବାଲି ଓ ତେଙ୍ଗଡାପଥର ଦେଇ ଚକାପାଦ ହୋଇ ଯିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ । ବର୍ତ୍ତମାନ ଅନିଶ୍ଚିତତା ମଧ୍ୟରେ କଳିଙ୍ଗା ଘାଟିରେ ଯାନବାହନ ଯାତାୟତ l