ସ୍କୁଟି ଓ ବାଇକ୍‌ ମୁହାଁମୁହିଁ, ଯୁବକ ମୃତ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ଅଞ୍ଚଳରେ ଘଟିଯାଇଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୨୯ ବର୍ଷୀୟ ଯୁବକଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜନାବାଡ଼ି ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ ରୋହିତ ପ୍ରଧାନ(୨୯)। ସୂଚନା ଅନୁଯାୟୀ, ରୋହିତ ନିଜ ବାଇକରେ ଦାରିଙ୍ଗବାଡ଼ି ଅଞ୍ଚଳର ପଲେ ଗ୍ରାମରେ ଏକ ଭଲିବଲ ଟୁର୍ନାମେଣ୍ଟ ଦେଖି ଯାଇଥିଲେ l ଟୁର୍ନାମେଣ୍ଟ ସରିବା ପରେ ଅପରାହ୍ନରେ ନିଜ ଘରକୁ ଫେରୁଥିବା ସମୟରେ ଚାରିଛକରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କୁଟି ସହ ସମ୍ମୁଖୀନ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ରୋହିତ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଯୁବକ ଜଣକ ସଂକଟପନ ଅବସ୍ଥାରେ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ମେଡିକାଲ ନେବା ସମୟରେ ରାସ୍କି ଘାଟିରେ ଅଧିକ ସଂକଟପନ ହେବାରୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାଲି ରାତି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ରବିବାର ସକାଳେ ଦାରିଙ୍ଗବାଡି ଆଣୁଥିବା ପୁଲିସ ସୂଚନା ପାଇଁ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପରିବାରକୁ ହସ୍ତାନ୍ତର କରିଛି । ଦାରିଙ୍ଗବାଡ଼ି ଥାନା ପୁଲିସ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ସ୍ୱାଧୀନତା ଦିବସ ଭଳି ଖୁସିର ଦିନରେ ରୋହିତଙ୍କ