କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ହାଇସ୍କୁଲ ପଡିଆରେ ପତାକା ଉତୋଳନକୁ ନେଇ ଉତ୍ତେଜନା ପ୍ରକାଶ ପାଇ ଥିଲା l ପତାକା ଉତ୍ତଳନ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅନଦେଖା କରାଯାଇ ଥିବା ଅଭିଯୋଗରେ କୋଟଗଡ ବ୍ଲକ ବିଡିଓ ଓ କୋଟଗଡ ଚେୟାରମ୍ୟାନଙ୍କ ମଧ୍ୟ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା l ୮୦ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଦୁଇ ଜଣଙ୍କ କଥା କଟା କଟି ହୋଇଥିଲା l କୋଟଗଡ ବ୍ଲକରେ ସବୁ ପଂଚାୟତ ଓ ସବୁ ସ୍କୁଲ, କଲେଜ, ସବୁ ଜାଗାରେ ସୁନ୍ଦର ଭାବରେ ପତାକା ଉତୋଳନ କରିଥିବା ବେଳେ ଏହି ଜାଗାରେ ଅଶାନ୍ତ ଦେଖିବାକୁ ମିଳିଥିଲା l କୋଟଗଡ ଥାନାଧିକାରୀଙ୍କ ବୁଝାସୁଜା କରିବା ପରେ ଆଗକୁ କାର୍ଯ୍ୟକ୍ରମ ବଡ଼ିଥିଲା l ଏହି ଘଟଣାକୁ ନେଇ ଅଞ୍ଚଳ ବାସି ଦୁଃଖ ପ୍ରକାଶ କଲେ l