ଗଂଜେଇ ଚୋରା ଚାଲାଣ ବେଳେ କୋଟଗଡ ପୁଲିସକୁ ମିଳିଲା ବଡ଼ ସଫଳତା….

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ରାତିତମାମ ଅପରେସନ୍ କରି କେଶରାଗୁଡ଼ା ଛକ ନିକଟରୁ ଏକ ବ୍ରିଜା କାର (JH01EE9204)ର ସିଟ୍ ତଳେ ଥିବା ସିକ୍ରେଟ୍ ଚାମ୍ବରରୁ ୫୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଗଂଜେଇ ମାଫିଆମାନେ ହେଲେ ତୁମୁଡ଼ିବନ୍ଧ ଲାଇନପଡ଼ାର ବୈକୁଣ୍ଠ ବଡ଼ସେଟ୍ ଓ ବୈଷ୍ଣବ ମାନସେଟ୍, କୋଟଗଡ଼ ରଡ଼ିଗୁମାର ଅଜୁ ବଡ଼ସେଟ୍ ଏବଂ ବିହାରର ସନ୍ତୋଷ କୁମାର ଓ ସଞ୍ଜୟ ଚୌଧୁରୀ । ସେମାନଙ୍କ ପାଖରୁ ୪୩୦୦ ଟଙ୍କା ନଗଦ ସହ ୫ଟି ମୋବାଇଲ ଜବତ ହୋଇଛି ପୁଲିସ l ଥାନାଧିକାରୀ ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉ ସମୟରେ ତହସିଲଦାର ଭୋଳାନାଥ ମାଝୀ ଓ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଏନେଇ କୋଟଗଡ଼ ଥାନାରେ କେସ୍ ନଂ. ୧୭୯/୨୬ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।