ବାତ୍ୟା ପ୍ରଭାବରେ ଭୁଶୁଡ଼ିଲା ଘର, ଅସହାୟ ଅବସ୍ଥାରେ ବୃଦ୍ଧ…..

ଦାରିଙ୍ଗବାଡ଼ି(ଅଶୋକ ସିଂ): ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଏହି ବ୍ଲକ ଅନ୍ତର୍ଗତ କୁମ୍ଭାରୀଗାଁ ପଞ୍ଚାୟତର ୫ନଂ ୱାର୍ଡ ଟୁଡୁବିଜୁ ଗ୍ରାମରେ ବାତ୍ୟା ପ୍ରଭାବରେ  ଗାହସ ମଲ୍ଲିକଙ୍କ ଘର ଭୁଶୁଡ଼ି ପଡ଼ି ମାଟିରେ ମିଶିଯାଇଛି । ସୂଚନା ଅନୁସାରେ ଗାହସ ମଲ୍ଲିକ ଘରେ ଏକାକୀ ରହୁଥିଲେ । ବାତ୍ୟାର ପ୍ରଭାବରେ ତାଙ୍କ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିବା ପରେ ସେ ନିରାଶ୍ରୟ ହୋଇ ଛନ୍ତି । ତାଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି । ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ତାଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ l ଏଥିସହ ଗାହସ ମଲ୍ଲିକଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି । ପ୍ରଶାସନର ଏହି ତତ୍ପରତାକୁ ନେଇ ସ୍ଥାନୀୟ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି ।