କଳିଙ୍ଗ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ଆଥଲେଟିକ୍ ଆସୋସିଏସନ୍ ଘୁ.ଉଦୟଗିରି ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ଏକଦିବସୀୟ ଜିଲ୍ଲାସ୍ତରୀୟ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାର ୬ଟି ଦଳ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପ୍ରତାପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଗ, ସମାଜସେବୀ ଉଦେଶନ ପ୍ରଧାନ, ଅବସରପ୍ରାପ୍ତ ସୈନିକ କିଶୋର କୁମାର ନାୟକ, ପୁଲିସ କର୍ମଚାରୀ କ୍ରିଷ୍ଣା ରାଓ ଓ ସାମ୍ବାଦିକ ଅରୁଣ ଷଡ଼ଙ୍ଗୀ, କାଉନସିଲର ଜାକେସ କୁମାର୍ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଉଦ୍ଘାଟନୀ ମ୍ୟାଚ୍ କନ୍ଧମାଳ ପୁଲିସ ଟିମ୍ ଓ ଭଞ୍ଜନଗର ଟିମ୍ ମଧ୍ୟରେ ଖେଳାଯାଇଥିଲା । ମୁଖ୍ୟ ଅତିଥି ଓ ଅତିଥିମାନେ ଖେଳାଳିମାନଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇବା ପରେ ଖେଳ ଆରମ୍ଭ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଉଦଯାପନୀ ଫାଇନାଲ ମ୍ୟାଚ୍ ଫୁଲବାଣୀ ପୁଲିସ ଟିମ୍ ଓ ଭଞ୍ଜନଗର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କୌଣସି ଗୋଲ୍ ଦେଇପାରିନଥିଲେ । ଫଳରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଭଞ୍ଜନଗର ଦଳ ବିଜୟୀ ହୋଇ ଚାମ୍ପିଅନ୍ ହୋଇଥିଲା । ବିଜେତା ଭଞ୍ଜନଗର ଦଳକୁ ଉତ୍ତରୀୟ ସହ ୫  ହଜାର ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ରନର୍ସଅପ୍ ଫୁଲବାଣୀ ପୁଲିସ ଦଳକୁ ଉତ୍ତରୀୟ ସହ ୩ ହଜାର ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ କଳିଙ୍ଗ ଆଥଲେଟିକ୍ ଆସୋସିଏସନ୍‌ର ସଭାପତି ଆଲୋକ ଚନ୍ଦ୍ର ପ୍ରଧାନ, ଉପସଭାପତି ବରୁଣ ପ୍ରଧାନ, ସମ୍ପାଦକ ସମ୍ୟରାଜ ପ୍ରଧାନ, କୋଷାଧ୍ୟକ୍ଷ ଗୋପୀନାଥ ପ୍ରଧାନଙ୍କ ସମେତ ଆରନ୍ କୁମାର ନାୟକ, ନିହାର ରଞ୍ଜନ ନାୟକ, ସିମୀୟନ ନାୟକ, ଗୋଲକ ପ୍ରଧାନ, ଆଶିଷ ବୁରଙ୍ଗି, ମାନସ ରଞ୍ଜନ ପ୍ରଧାନ ଓ ମୁକେଶ ପ୍ରଧାନ ଉପସ୍ଥିତ ରହି ଆୟୋଜନ କରିଥିଲେ । ସ୍ଵତନ୍ତ୍ର ଭାବରେ ଆମନ୍ ପ୍ରଧାନ ସହଯୋଗ କରି ଖେଳାଳିଙ୍କୁ ଉତ୍ସହିତ  କରିଥିବା ବେଳେ  ୮ ନମ୍ବର ୱାର୍ଡ କାଉନସିଲର ଜାକେସ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।