ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଝିଞ୍ଜୀରି ଗୁଡା ନିକଟ ବଡୁନୁ ଘାଟିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଜଣାପଡ଼ିଛି । ସୁଚନା ଅନୁଯାୟୀ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା ଗ୍ରାମର ଦୁଇ ଜଣ ଯୁବକ କୌଣସି ଏକ କାମରେ ବ୍ରାହ୍ମଣୀଗାଁ ଆସି ଫେରୁ ଫେରୁ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଥିଲେ । ସେମାନେ ହେଲେ ଦିବ୍ୟ ରଞ୍ଜନ ବଳିଆର ସିଂ (୩୫) ଓ ବଳିନ୍ଦ୍ର ପରିଚ୍ଛା (୩୫) । ଘଟଣା ସ୍ଥଳରେ ହିଁ ଦିବ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବଳିନ୍ଦ୍ରଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡ଼ିଛି । ଅପର ପକ୍ଷେ ଗ୍ରାମ ତଥା ଅଞ୍ଚଳବାସୀ ଦୂର୍ଘଟଣା ସ୍ଥଳରେ ଶବ ରଖି ଘଟଣାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବୀରେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି l ଖବର ପାଇ ବ୍ରାହ୍ମଣୀଗାଁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୂଝା କରୁଥିବା ଜଣା ପଡ଼ିଛି ।