ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାରତରେ ମହିଳା ସଂରକ୍ଷଣ ନିମନ୍ତେ ୩୩ ପ୍ରତିଶତ ବିଲ୍ ପାରିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପାରିତ କରିବା ପାଇଁ ଯାଉଥିଲେ l ସେହି ବିଲକୁ ଏପ୍ରିଲ ୧୬, ୧୭, ୧୮ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡ଼ି.ଏମ୍.କେ ଓ ବିଜେଡି ଦଳ ବିରୋଧ କରି ତାକୁ ପାରିତ ହେବାକୁ ଦେଲେ ନାହିଁ ବୋଲି କହିଛନ୍ତି ଦାରିଙ୍ଗବାଡି ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ ସାହୁ । ଏଣୁ ଏହି ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଓ ବିଜେଡି ନେତା ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ଆନ୍ଦୋଳନ ଜିଲ୍ଲା ସଭାନେତ୍ରୀ ଉର୍ବଶୀ ଦିଗାଲଙ୍କ ନେତୃତ୍ୱରେ ମହିଳାମାନେ ଏକ ରାଲିରେ ବାହାରି ଦାରିଙ୍ଗବାଡି ବଜାର ପରିକ୍ରମା କରିଥିଲେ । କିଛି ବିରୋଧି ଦଳ ମହିଳା ବିଲ୍କୁ ବିରୋଧ କରିଥିବା ଯୋଗୁଁ ତାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସ୍ଲୋଗାନ ଦେଇଥିଲା । ଏହି ସମାବେଶରେ ମଣ୍ଡଳ ସଭାପତି ମିଟୁ ସାହୁ, ଜିଲ୍ଲା ସାଧରଣ ସମ୍ପାଦକ ସୁକାନ୍ତ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ର ମାଧବ ସାହୁ, ରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ଶହ ଶହ ମହିଳା ଏହି ସମାବେଶରେ ଯୋଗ ଦେଇଥିଲେ ।