ବ୍ରାହ୍ମଣୀଗାଁରେ ନେଟୱାର୍କ ସମସ୍ୟା, କରେଣ୍ଟ ନାହିଁ ତ ନେଟୱାର୍କ ନାହିଁ ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଗତ କିଛି ଦିନ ହେଲାଣି ଇଣ୍ଟରନେଟ ସେବାରେ ଘୋର ସମସ୍ୟା ଦେଖା ଦେଇଛି l ବିଦ୍ୟୁତ୍ ଚାଲିଗଲେ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ଠପ୍ ହୋଇ ଯାଉଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବଢିବାରେ ଲାଗିଛି । କାଳ ବୈଶାଖୀ ପ୍ରଭାବରେ ଅଞ୍ଚଳରେ ବାରମ୍ୱାର ବିଦ୍ୟୁତ୍ ବିଭ୍ରାଟ ଦେଖା ଦେଉଥିବା ବେଳେ କରେଣ୍ଟ ଚାଲିଗଲେ ଇଣ୍ଟରନେଟ ସେବା  ମଧ୍ୟ ବନ୍ଦ ହୋଇଯାଉ ଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ପରେ ଅଞ୍ଚଳ ବାସୀ  ଇଣ୍ଟରନେଟ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଆଶା କରୁଥିବା ବେଳେ ବିଭଗୀୟ ଅଧିକାରୀମାନଙ୍କ ଉଦାସୀନ ମନୋଭା ଯୋଗୁଁ ଇଣ୍ଟରନେଟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅପରେଟରଙ୍କୁ ପଚାରି ବୁଝିବାରୁ ବ୍ୟାଟେରୀ ବେକ୍ଅପ ରହୁ ନଥିବାରୁ ଏହି ସମସ୍ୟା ହେଉଛି ବୋଲି କହିଛନ୍ତି । ଦୁଃଖର ବିଷୟ ଏଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ଅଛି କିନ୍ତୁ ତାହା ବ୍ୟବହାର ଉପୋଯୋଗି ହୋଇପାରୁନାହିଁ l କରେଣ୍ଟ ଚାଲିଗଲେ ବ୍ୟାଟେରୀ ବେକପ ରହୁ ନାହିଁ l ଉକ୍ତ ସମସ୍ୟାର ସମାଧାନ ପାଇଁ ବାରମ୍ୱାର ଦାବୀ ହୋଇ ଆସୁଥିଲେ ମଧ୍ୟ ବିଭାଗ ନିଦା ବିଷ୍ଣୁ ସାଜିଛି । ବର୍ତ୍ତମାନ ପିଲାମାନଙ୍କ ପରୀକ୍ଷାର ବେଳ ସ୍କୁଲ କଲେଜରେ ଯଏନ କରିବା ସହ ବିଭିନ୍ନ ଏଣ୍ଟ୍ରାନସ ପରୀକ୍ଷା ପାଇଁ ଇଣ୍ଟରନେଟ ଉପରେ ନିର୍ଭର କରୁଥିବା ବେଳେ ନେଟୱାର୍କ ବିଭ୍ରାଟ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ଅଭିଯୋଗ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ନଚେତ ଆଗମୀ ଦିନରେ ବିଭଗୀୟ ଅଧିକାରୀ ବିରୋଧରେ କେଶ୍ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସୀନ୍ଧା ।