ନର୍ଲା(ନୃପରାଜ ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ପୂର୍ବରୁ ପାଞ୍ଚ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଥିବା ମହିଳା ଉଦ୍ୟାନ ଅଧୀଦର୍ଶିକାଙ୍କ ପୁଣି ବଦଳି ହୋଇ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ଉକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ସମୟରେ ଉଦ୍ୟାନ ଚାଷୀମାନେ ସରକାରୀ ଅର୍ଥ ଆତ୍ମସାତ, ଚାଷୀମାନଙ୍କୁ ଅସଦ ବ୍ୟବହାର, କାର୍ଯ୍ୟରେ ଅବହେଳା କରିବା ଥିବା ସଂଗୀନ ଅଭିଯୋଗର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା l ଏହି ଅଭିଯୋଗ ଗୁଡ଼ିକର ସତ୍ୟତା ଅନୁଭବ କରି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ଵେଷା ରେଡ୍ଡୀ ବିଗତ ବର୍ଷ ଉକ୍ତ ମହିଳା ଉଦ୍ୟାନ ଓଭର୍ଷୀଅରଙ୍କୁ ନର୍ଲାରୁ ବଦଳି କରିବା ପାଈଁ ଉଦ୍ୟାନ ଉପନିର୍ଦ୍ଧେଶକଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଫଳରେ ତାଙ୍କୁ ନର୍ଲାରୁ କର୍ଲାମୁଣ୍ଡାକୁ ବଦଳି କରାଯାଇଥିଲା l କିନ୍ତୁ ଉକ୍ତ ମହିଳା କର୍ମଚାରୀ ଜଣକ ନର୍ଲା ଛାଡିବାକୁ ବିଲକୁଲ ନାରାଜ ଥିଲେ l କାରଣ ସେ ନର୍ଲାରେ କିଛି ଅସାଧୁ ବ୍ୟକ୍ତିଙ୍କୁ ହାତ କରି ଅନେକ ସରକାରୀ ଯୋଜନାକୁ ହଡପ କରି ଅସଦ ଉପାୟରେ ଲକ୍ଷ୍ ଲକ୍ଷ ଟଙ୍କା ରୋଜଗାର କରୁଥିବା ଉଦ୍ୟାନ ଚାଷୀମାନେ ଅଭିଯୋଗ ଆଣିଛନ୍ତି l ଏପରିକି ଉକ୍ତ ମହିଳା କର୍ମଚାରି ଜଣକ କର୍ଲାମୁଣ୍ଡାରେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ ସତ କିନ୍ତୁ ପାଖାପାଖି ଆଠମାସ ଖଣ୍ଡେ ଡିଉଟି ନ ଯାଇ ବେଆଇନ ଭାବରେ ଅଧିକାରୀଙ୍କୁ ହାତ କରି ଦରମା ହାତେଇଥିବା ମଧ୍ୟ ଅଭିଯୋଗ ହୋଇଛି l ପୁଣି ବର୍ତମାନ ଉକ୍ତ ଉଦ୍ୟାନ କୃଷି ଉପନିର୍ଦ୍ଧେଶକଙ୍କୁ କିଛି ହାତ ଗୁଂଜା ଦେଇ ବର୍ଷେ ଭିତରେ ପୁଣି ଅଡର ନଂ 1991 dt 31/07/24 ନର୍ଲାକୁ ବଦଳି ହୋଇ ଆସିଥିବାରୁ ଉପନିର୍ଦ୍ଧେଶକଙ୍କ ଅହେତୁକ ଅନୁକମ୍ପା ମହିଳା କର୍ମଚାରୀଙ୍କ ଉପରେ ରହିଥିବା ଅଭିଯୋଗ ହୋଇଛି l ଏହି ମାମଲାକୁ ନେଇ ନର୍ଲା ଅଂଚଳର ଉଦ୍ୟାନ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଜନ ଶୁଣାଣି ଶିବିରରେ ପୁଣି ଲିଖିତ ଅଭିଯୋଗ ଆଣିଥିବା ସୂଚନା ମିଳିଛି l ଯଦି ଉକ୍ତ ଦୁର୍ନୀତି ଖୋର ମହିଳା କର୍ମଚାରୀ ଉଦ୍ୟାନ ବିଭାଗ ନର୍ଲାରେ କାମ କରନ୍ତି ତାହେଲେ ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନବଘନ ଦାସ, ମହେନ୍ଦ୍ର ଧାରୁଆ, ଶଶୀ କରଣ, ମନୋରଞ୍ଜନ ଧାରୁଆ, ଉମେଶ କୁମାର ଭୋଇ, ବିରୋନ ପାତ୍ର, ଜୀବନ ପାତ୍ରଙ୍କ ସହ ଅଞ୍ଚଳବାସୀ ଓ ଚାଷୀମାନେ ଚେତାବନୀ ମଧ୍ୟ ଦେଇଛନ୍ତି l