ନୂଆଗାଁ ବ୍ଲକ ସ୍ୱାଧୀନତା ଦିବସ ପାଈଁ ପ୍ରସ୍ତୁତି ବୈଠକ…

ନୟାଗଡ଼( ରତ୍ନାକର ହୋତା ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଦ ଭାବନା ଗୃହରେ ଆଜି ୧୨ ଘଟିକା ସମୟରେ ସ୍ୱାଧିନାତ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା l ପ୍ରାଇମେରୀ ସ୍କୁଲ, ହାଇସ୍କୁଲ, ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗୀତା କିଭଳି କରାଯିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା । କମିଟିର ନିଷ୍ପତି କ୍ରମେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଦେଶାତ୍ମକ, ଭଜନ ସଂଗୀତ ପ୍ରତିଯୋଗୀତା । ଚତୁର୍ଥରୁ ପଞ୍ଚମ ରଚନା (ଉତ୍କଳ ଗୌରବ ମଧୁସୂଦନ ଦାସ ), ତର୍କ ( ସ୍ୱଛତା ଏକ ସାମାଜିକ ଆହ୍ୱାନ )ଓ କୁଇଜ ପରତିଯୋଗୀତା । ଷଷ୍ଠରୁ ଅଷ୍ଟମ ରଚନା( ଓଡ଼ିଆର କୃଷି ଓ କୃଷକ), ତର୍କ (ସ୍ୱାୟତ୍ତ ଶାସନ ବ୍ୟବସ୍ତା ସମାଜ ପାଈଁ ଉପଯୋଗୀ କି ), ନବମରୁ ଦଶମ ରଚନା (ବିପର୍ଯ୍ୟ ଓ ବିପଯ୍ୟସ୍ତ ଓଡିଶା), ତର୍କ (ଦେଶଗଠନରେ ଛାତ୍ରର ଭୂମିକା ) ? ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପାଇଁ ରଚନା ( ଓଡ଼ିଆ ଅସ୍ମିତା ) ତର୍କ (ଗ୍ରାମ୍ୟ ଜୀବନ ବନାମ ସହରୀ ଜୀବନ) । +୩ ଡିଗ୍ରୀ କଲେଜ (ରଚନା ଛାତ୍ର ସମାଜ ଓ ସାମାଜିକ ଗଣମାଧ୍ୟମ ) ତର୍କ – ଶାନ୍ତି ପ୍ରତିଷ୍ଠା ପାଈଁ ଯୁଦ୍ଧ ଜରୁରିକି ? ନିର୍ଧାରିତ ସମୟରେ ନୂଆଗାଁ ପାଇମେରୀ ସ୍କୁଲ ମଧ୍ୟରେ ପ୍ରଥମରୁ ପଞ୍ଚମ ସେହିପରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୧୦ /୦୮/୨୩ ଋଖ ଦିନ ୧୦ ଘଟିକା ସମୟରେ ନୂଆଗାଁ ଉଚ୍ଚ ବିଦ୍ୟାଲୟ ପରିସରରେ ଷଷ୍ଠରୁ ଦଶମ ଛାତ୍ରଛାତ୍ରୀ ପ୍ରତି ଯୋଗୀତା କରାଯିବ ପାଇଁ ନିସ୍ପତି ହୋଇଛି । ଆଜିର ବୈଠକ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଆମ୍ବଝରୀସରକାରୀ ପ୍ରାଥମିକ ବିଦ୍ୟାଳୟ କାଚପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନୂଆଗାଁ ଆଦର୍ଶ ବିଦ୍ୟାଳୟ , ନୂଆଗାଁ ଉଚ୍ଚ ବିଦ୍ୟାଳୟ , ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ , ନୂଆଗାଁ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ଭାଗ ନେବେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛlତ୍ରୀମାନେ ନିଜସ୍ଵ କଲେଜରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସ୍ଵାଧୀନତା ଦିବସ ଶାନ୍ତି ଶୃଙ୍ଖଳାର ସହିତ ନୂଆଗାଁ ସ୍କୁଲ ପଡି ଆରେ ଅନୁଷ୍ଠିତ ହେବ ପାଇଁ ନିସ୍ପତି କରାଯାଇଛି । ନିସ୍ପତି କ୍ରମେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ୯ ଘଟିକା ସମୟରେ ପତାକା ଉତୋଲନ କରିବା ସହ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବ l ତତ ସହିତ ଛାତ୍ରଛାତ୍ରୀ ଦ୍ଵାରା ପ୍ୟାରେଟ କରାଯିବ । ଆଜିର ବୈଠକରେ ନୂଆଗାଁ ବିଡିଓ ବାସୁଦେବ ନାୟକ ବ୍ଲକ, ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା, ଏବିଡ଼ିଓ ଜ୍ୟୋଛଣା ରାଣୀ ସେଠୀ, ସ୍ଵର୍ଣସାରିକା ଜେନା, ଯୋଗେଶ୍ୱର ନାୟକ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।