ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ତରଫରୁ ଲକ୍ଷପତି ଦିଦି ଉପରେ କର୍ମଶାଳା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ସ୍ଥିତ ସଦଭାବନା ଗୃହ ଠାରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ ସ୍ତରୀୟ ଲକ୍ଷପତି ଦିଦି ହେବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ଓ ବ୍ଲକ ଅଧକ୍ଷା ନମିତା ମାଝୀ ଯୋଗ ଦେଇଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ସ୍ୱୟଂ ସହାୟକ ଗୋଷ୍ଠି, ଏମ୍ବିକେ ପ୍ରମୁଖ ଉପସ୍ଥିତି ଥିଲେ l ରାଜ୍ୟ ସରକାରଙ୍କ ତରଫରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ରହିଛି l ଯେଉଁ ପରିବାର ମାନଙ୍କର ମାସିକ ଆୟ 10 ହଜାରରୁ କମ ବା ବାର୍ଷିକ ଏକ ଲକ୍ଷ କୋଡିଏ ହଜାରରୁ କମ ରହିଛି ସେମାଙ୍କୁ ଚି଼ହ୍ନଟ କରାଯିବା ସହିତ ସେମାନେ କିପରି ମାସିକ 10  ହଜାରରୁ ଉର୍ଦ୍ଧ ଟଙ୍କା ରୋଜଗାର କରି ପାରିବେ ସେ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ସମସ୍ତଙ୍କୁ ଲକ୍ଷପତି ଦିଦିରେ ସାମିଲ କରାଯିବ ବୋଲି ବିଧାୟକ ରଘୁରାମ ମାଛ କହିଛନ୍ତି l

csp