ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଜଡାମୁଣ୍ଡା ଗ୍ରାମପଞ୍ଚାୟତ ଠୋଙ୍ଗୋ ଗ୍ରାମ ସ୍ଥିତ ବିଜୁ ହାଇ ୱେରେ ଅବାଧ ମଦ ବିକ୍ରିକୁ ନେଇ ତାତିଲେ ମହିଳା l ଏହାକୁ ନେଇ ଜିଲ୍ଲାର ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ମହିଳାମାନେ ଆସି ଘେରାଉ କରିଥିଲେ । ମଦ କୋଠୀ ଖୋଲିବା ଦ୍ବାରା ପରିବାରର ପୁରୁଷ ମାନେ ମଦ ପିଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି l ଦୀର୍ଘ ଦିନ ଧରି କୋମନା ବ୍ଲକ ଜଡାମୁଣ୍ଡା ଗ୍ରାମପଞ୍ଚାୟତ ଠୋଙ୍ଗୋ ଗ୍ରାମ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେ ଠାରେ ବ୍ୟାପକ ମଦ କୋଠୀ ଖୋଲିଛି । ଯାହା ଦ୍ୱାରା ଗ୍ରାମର ପୁରୁଷ, ଯୁବକ ଏବଂ ନାବାଳକମାନେ ମଦ ପିଇ ଅସାମାଜିକ କାର୍ଯ୍ୟ କରୁଥିବା ବେଳେ ପାରିବାରିକ ହିଂସା, ମହିଳାଙ୍କୁ ଅତ୍ୟାଚାର କରିବା ଦ୍ୱାରା ପରିବାରର ଆର୍ଥିକ ମାନଦଣ୍ଡ ଉପରେ ପ୍ରଭାବ ପଡୁଛି । ତେଣୁ ଏହି ମଦ କୋଠୀକୁ ଉଚ୍ଛେଦ ନେଇ ମହିଳାମାନେ ଶ୍ରମିକ ସଂଗଠନର ଆବାହକ ଭକ୍ତ ବନ୍ଧୁ ଧରୁଆଙ୍କ ନେତୃତ୍ଵରେ ଜିଲ୍ଲାପାଳ, ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଓ ତାଙ୍କ ଦାବୀ ଉପସ୍ଥାପନ କରିଛନ୍ତି। ଯଥା ଶୀଘ୍ର ଏଥି ପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପିଙ୍କ ଠାରୁ ପ୍ରତିଶୃତି ପରେ ମହିଳାମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି।