ରାଇଗୋଚ୍ଛା ଠାରେ ବ୍ରଦର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଦୋମୁହାଁଣି ପଞ୍ଚାୟତ ରାଇଗୋଚ୍ଛା ଠାରେ ଆଜି ବ୍ରଦର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି। ଏହି ଉତ୍ସବରେ ବିଶିଷ୍ଟ ସଙ୍ଗଠକ ତଥା ସମାଜସେବୀ ରାଜ କୁମାର ସାହୁ ଓ ଗାଲେରୀ ସରପଞ୍ଚ ପ୍ରତିନିଧି ଶଙ୍କରଷଣ ମହାରଥା ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଶାନ୍ତ ସାହୁ, ପ୍ରଦୀପ ମଳିକ, ହରିକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ମ୍ୟାଚରେ ରାଇପଲ୍ଲୀ ଟିମ୍ ସହ ଢୋଲପିଟା ଟିମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଇପଲ୍ଲୀ ଟିମ୍ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ  ୧୩୬ ରନ୍ କରିଥିବା ବେଳେ ଏହାର ଜବାବରେ ଢୋଲପିଟା ଟିମ୍ ୧୦୯ ରନ୍ କରି ଅଲଆଉଟ ହୋଇ ଯାଇଥିଲେ । ଏହି ମ୍ୟାଚକୁ ଆସିକ କୁମାର ସାହୁ ଓ ସମୀର କୁମାର ସାହୁ ଆମ୍ପାୟର ଭାବରେ ପରିଚଳନା କରିଥିଲେ । ଏଥିରେ ଜିତେନ୍ଦ୍ର, ରାଜୀବ, ଅଜିତ,.ଶିଶିର, ରାଜା, କାହ୍ନା, ଗୁଜା, ତାରିଣୀ, ସୁଦର୍ଶନ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ। l