ପରମପାଙ୍ଗା ଗ୍ରାମ ପଞ୍ଚାୟତରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପରମପାଙ୍ଗା ଗ୍ରାମ ପଞ୍ଚାୟତ ଠାରେ ଆଜି କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ବହୁତ ସଂଖ୍ୟାରେ ବିଭିନ୍ନ ଦଳର କର୍ମୀ ଯୋଗ ଦେଇଥିଲେ । ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନେ ବିଜେପି ବିଜେଡି ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବହୁ ନେତା ଯୋଗ ଦେଇ ପର୍ବକୁ ସମାପ୍ତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ଏବଂ ବିଜେଡିର ବହୁତ ଦୁର୍ନୀତିକୁ ନେଇ ବର୍ଷୀଛନ୍ତି କଂଗ୍ରେସ ଦଳର କର୍ମୀ ଓ ନେତା । ବିଜେଡି ସରକାର ସ୍କୁଲ କଲେଜରେ କଲର ଲଗାଇ 5ଟି ନାମରେ ଟଙ୍କା ହରିଲୁଟ କରି ଚାଲିଛି l ପେଟପାଟଣା ପାଇଁ ଆଜି ଓଡିଶା ବାସୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ଏହା ବିଜେଡି ସରକାରର 25 ବର୍ଷର କଳା ଶାସନ ବୋଲି ମିଶ୍ରଣ ପର୍ବରେ ଯୋଗ ଦେଇ ଥିବା କଂଗ୍ରେସ ନେତା ମତବ୍ୟକ୍ତ କରିଛନ୍ତି l ତେଣୁ ଏଥର କଂଗ୍ରେସ ଯଦି କ୍ଷମତାକୁ ଆସେ ଏହି ସବୁ ସମସ୍ୟାର ସମାଧାନ ହବ ବୋଲି କହିଛନ୍ତି ।