ବିଡ଼ିଓଙ୍କ ପିସି କାରବାରକୁ ବିରୋଧ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲା ଠିକାଦାର ସଂଘ…..

ଅନୁସନ୍ଧାନ ଭାରତ(ବ୍ୟୁର): ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ମନରେଗା( MGNREGS) ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଠିକାଦାର ସଂଘ । ଠିକାଦାର ସଂଘର ସଭାପତି ମଦନ ସାମଲଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଳକର ଠିକାଦାର ମାନେ ପ୍ରାୟ ୧୪ ମାସ ତଳେ ମନରେଗା କାମ କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ମନରେଗା ଟଙ୍କା ଆସିନଥିବା ଯୋଗୁଁ ଠିକାଦାରମାନେ ମନରେଗା ମେଟେରିଆଲ ଟଙ୍କା ପାଇନଥିଲେ । ବର୍ତ୍ତମାନ ମନରେଗା ମେଟେରିଆଲ ଟଙ୍କା ଆସିବାକୁ ଥିବା ବେଳେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିସି ମାଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପିସି ନଦେବା ଯୋଗୁଁ ଠିକାଦାରମାନଙ୍କୁ ହୋଇରାଣ କରିବା ଉଦ୍ଦେଶ୍ୟରେ ବ୍ଲକ କାର୍ଯ୍ୟାୟଲରେ ଅନୁପସ୍ଥିତ ରହୁଛନ୍ତି । ଝରିଗାଁ ବ୍ଳକର ପ୍ରାୟ ୬୦ ଜଣ ଠିକାଦାର ୧୨ କୋଟି ଟଙ୍କା ପାଇବେ ବୋଲି କହିଛନ୍ତି । ଏହାର ପ୍ରତିବାଦ କରି ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଥିବା କହିଛନ୍ତି । ଠିକାଦାରମାନଙ୍କ ମନରେଗା ମେଟେରିଆଲ ଟଙ୍କା ନମିଳିବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିବୁ ବୋଲି ଠିକାଦାର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।