ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭାଗୃହରେ ଆଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନେକ ଲୋକ ନିଜର ତଥା ଅଞ୍ଚଳର ସମସ୍ୟା , ଆପତ୍ତି ଅଭିଯୋଗ ଜଣାଇବା ନିମନ୍ତେ ୨୯ଜଣଙ୍କର ପଞ୍ଜିକରଣ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାପାଳ ଡ଼ କମଳଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜିଲ୍ଲା ପରିଷଦ ଦିବ୍ୟଦାନ ସୁନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ବିରଞ୍ଚି ନାରାୟଣ ଦରୱାନ୍, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ରହିଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସେବାରେ ବାଧାପ୍ରାପ୍ତ, ରାସ୍ତା ନିର୍ମାଣ , ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା ଓ ଜମିଜମା ସମ୍ପର୍କିତମୁଖ୍ୟ ଅଭିଯୋଗ ରହିଥିଲା । ଜିଲ୍ଲାପାଳ ଡ଼ ମିଶ୍ର ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ସମ୍ବନ୍ଧିତ ପତ୍ର ଗ୍ରହଣ କରି ଏହାର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଜନ ଶୁଣାଣୀ ଶିବିରରେ ନନ୍ଦାହାଣ୍ଡି ତହସିଲଦାର ଡ଼ ବନମାଳୀ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଏବଂ ଜିଲ୍ଲା ସ୍ତରୀୟ , ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ପଞ୍ଚାୟତ ସମିତି ପ୍ରତିନିଧି, ସମସ୍ତ କର୍ମଚାରୀ, ପୁଲିସ୍ ପ୍ରଶାସନ ଯୋଗ ଦେଇଥିଲେ । ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଜଣେ ହିତାଧିକାରୀଙ୍କୁ ଭତ୍ତା ଏବଂ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା ।