ଘୁ.ଉଦୟଗିରିକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆସନ୍ତା କାଲି ଶନିବାର ଦିନ ୨୪ ଘଣ୍ଟିଆ ବନ୍ଦଡାକରା…

ଅନୁସନ୍ଧାନ ଭାରତ(ବ୍ୟୁର ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆଜି ୨୧ରୁ ଉର୍ଦ୍ଧ୍ୱ ସଂଗଠନ, ସାମ୍ବାଦିକ, ସମାଜସେବୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ୟବସାୟୀ ସଙ୍ଘ ସଭା ଗୃହରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଆସନ୍ତା କାଲି ଅର୍ଥାତ ଶନିବାର ଦିନ ୨୪ଘଣ୍ଟିଆ ଘୁ.ଉଦୟଗିରି ବନ୍ଦ ନିମନ୍ତେ ଏକ ପ୍ରସ୍ତାବ ଗୃହୀତ ହୋଇଛି I ତେଣୁ ଆସନ୍ତା କାଲି ଘୁ.ଉଦୟଗିରି, କଳିଙ୍ଗା ଅଞ୍ଚଳରେ ସମସ୍ତ ଦୋକାନ, ବଜାର, ମୋଟର ଯାନ ବାହନ, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଓ ଯାତାୟତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ I ଏଥି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚ୍ଚିବ, 5T ଅଧ୍ୟକ୍ଷ, ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବା ର କାର୍ଯ୍ୟ କ୍ରମ ରହିଅଛି l ଆଜିକାର ଏହି ବୈଠକରେ ୧. ଘୁ.ଉଦୟଗିରି PRESS କେଲୁବ, ୨. ଘୁ.ଉଦୟଗିରି ବ୍ୟବସାୟୀ ସଂଘ,.୩. ମହିଳା ଜୀବିକା ସୁରକ୍ଷା ମଞ୍ଚ, ୪. ଅନ୍ତରଙ୍ଗ, ୫. ଘୁ. ଉଦୟଗିରି ଓକିଲ ସଂଘ, ୬. ଭୀମ ଆର୍ମୀ ଏକତା ପରିଷଦ, ୭. ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଘୁ.ଉଦୟଗିରି, ୮. କଳିଙ୍ଗା ଯୁବକ ସଂଘ, ୯. ସଂଖ୍ୟାଲଘୁ ଫୋରମ୍, ୧୦. ଘୁ.ଉଦୟଗିରି ଅଟୋ ଚାଳକ ସଂଘ, ୧୨. ଘୁ.ଉଦୟଗିରି ଘରୋଇ ମଟର ଚାଳକ ସଂଘ, ୧୩. ଘୁ.ଉଦୟଗିରି ସରପଞ୍ଚ ସଂଘ, ୧୪. ଘୁ.ଉଦୟଗିରି ବରିଷ୍ଠ ନାଗରିକ ସଂଘ, ୧୫. ଘୁ.ଉଦୟଗିରି ଶ୍ରମିକ ସଂଘ, ୧୬. ମହତାବ ଯୁବକ ସଂଘ, ୧୭. ଘୁ.ଉଦୟଗିରି ସଫେଇ କର୍ମଚାରୀ ସଂଘ, ୧୮. ନିଖିଳ ଉତ୍କଳ ସେଲୁନ୍ ସଂଘ , ଘୁ.ଉଦୟଗିରି, ୧୯. ଅବସର ପ୍ରାପ୍ତ କର୍ମଚାରୀ ସଂଘ, ଘୁ.ଉଦୟଗିରି,୨୦. ଆସାର୍ଟ, ୨୧. ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ, ୨୨. ଓଡ଼ିଶା ମଟର ଚାଳକ ସଂଘ , ଘୁ.ଉଦୟଗିରି ଇତ୍ୟାଦି ସଂସ୍ଥାର ସଦସ୍ୟ ଉପସ୍ଥିତ ଥିଲେ ।