ଭଞ୍ଜନଗର ଓକିଲ ସଂଘ ନିର୍ବାଚନ: ସଭାପତି ଓ ଉପସଭାପତି ପ୍ରତିଦ୍ବନ୍ଦିତା, ରାଜେନ୍ଦ୍ର ନିର୍ଦ୍ଵନ୍ଦରେ ସମ୍ପାଦକ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ହେବାକୁ ଥିବା ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଏବଂ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ‌ ହୋଇଥିବା ବେଳେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ସରିଛି । ଏଥିରେ ସଭାପତି ପଦବୀ ପାଇଁ ୨ଜଣ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ ଓ ଶୌଳେନ୍ଦ୍ର ନାରାୟଣ ସାହୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ । ସେହିପରି ଉପସଭାପତି ପାଇଁ ଗଗନ ବିହାରି ବିନ୍ଧାଣିରା,ଚନ୍ଦ୍ରମଣୀ ମହାପାତ୍ର,ସହସ୍ରାଂଶୁ ରାଉତଙ୍କ ମଧ୍ୟ ପ୍ରତିଦ୍ବନ୍ଦିତା ହେବ। ସମ୍ପାଦକ ପଦବୀରୁ ଅନ୍ୟମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାରୁ ରାଜେନ୍ଦ୍ର କୁମାର ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ସେହିପରି ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଅଶ୍ବିନୀ କୁମାର ଦାଶ ଓ କୋଷାଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥି ଭାବେ ସଂଗ୍ରାମ ମିଶ୍ର ଅପ୍ରତିଦ୍ବନ୍ଦୀ ରହିଛନ୍ତି। ଆସନ୍ତା ୧୮ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲଡୁ କି‌ଶୋର ଆଳତିଆ,ସହାୟକ ତ୍ରିନାଥ ମଲ୍ଲିକ ବିମ୍ବାଧର ଷଡଙ୍ଗୀ ସୂଚନା ଦେଇଛନ୍ତି। ଆସନ୍ତା ୩୦ ତାରିଖ ଦିନ ସକାଳ ୮ ଟାରୁ ‌ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ। ବାର ଆସୋସିଏସନର ପ୍ରାୟ ୨୪୮ ଆଇନଜୀବୀ ମତଦାନରେ ଅଂଶ ଗ୍ରହଣ କରିବେ। ଏହାପରେ ୪ ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା ହେବ।