ଯାତ୍ରୀବାହୀ ମିନିବସ ଓ ଲୁହା ବୋଝଇ ମାକ୍ସ ପିକଅପ ମୁହାଁମୁହିଁ: ବସ ଡ୍ରାଇଭର ମୃତ, 10ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ” ସିଲକ ସଫାରୀ ” ନାମକ ଯାତ୍ରୀବାହୀ ମିନି ବସ (OR-02 AX -9274) କୁ ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଲୁହା ଛଡ଼ ବୋଝେଇ ମାକ୍ସ୍ ପିକ୍ଅପ ଭ୍ୟାନ (OD-33-AA -9788) କଳିଙ୍ଗା-ଘୁ.ଉଦୟଗିରି ମଧ୍ୟରେ ଥିବା ମାଲାନ ସୁଗା ଛକ ପାଖରେ ମୁହାଁମୁହିଁ ଧକ୍କା ହେବାରୁ ବସ ଦ୍ରାଇ ଭାର ଆଦିକନ୍ଦ ପଣ୍ଡା ସମତେ ଦୁଇ ଗୁରୁତର ହେବା ସହ ଦଶରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି I ସମସ୍ତ ଆହତ ଏବଂ ଗୁରୁତ୍ୱରଙ୍କୁ 108 ଆମ୍ବୁଲାନ୍ସ ରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଉଛି I ଡ୍ରାଇଭର ଆଦିକନ୍ଦ ପଣ୍ଡା, ମ୍ୟାକ୍ସ ପିକଅପ ଡ୍ରାଇଭର ଏବଂ ଜଣେ ମହିଳା ଗୁରୁତର ହେବାରୁ ତିନି ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରକରାଯାଇଛି I ଭଞ୍ଜନଗରରେ ଆଦିକନ୍ଦ ପଣ୍ଡାଙ୍କ ଦେହ ଅତି ଗୁରୁତ୍ୱର ହେବାରୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ନେବାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି I ଦୁର୍ଘଟଣା ସ୍ଥଳରେ ଘୁ.ଉଦୟଗିରି ପୁଲିସ ଏସ.ଆଇ ଅନନ୍ତ କୁମାର ପ୍ରଧାନ ଏବଂ ଟିମ ପହଞ୍ଚି ତଦନ୍ତ କରୁଛନ୍ତି I