କରାଟେ ପ୍ରତିଯୋଗିତାରେ ବିଜେତା ପ୍ରତିଯୋଗିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତରଫରୁ ୧୩ ତମ ସର୍ବଭାରତୀୟ ଓପେନ କରାଟେ ଚମ୍ପିୟାନ ତା ୨୪/୧୨/୨୦୨୩ ରିଖ ଉଦଯାପନୀ ହୋଇ ଯାଇଛି I ଏହି ପ୍ରତିଯୋଗିତା ୨୧/୧୨/୨୦୨୩ ରିଖ ଠାରୁ  ୨୪/୧୨/୨୦୨୩ ରିଖ ଯାଏ ଚାଲିଥିଲା I ଏଥିରେ ବିଭିନ୍ନ ପ୍ରାନ୍ତରୁ ୧୦୦୦ ଜଣ ପାଖ ପାଖି କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ସେଥିମଧ୍ୟରୁ କନ୍ଧମାଳରୁ ୧୨ ପ୍ରତିଯୋଗୀ ଅଂଶ ଗ୍ରହଣ କରି ମୋଟ ୧୩ ପଦକ ହାତେଇ ଛନ୍ତି I ସେଥିରେ ରହିଛି ସ୍ଵର୍ଣ ପଦକ ୬ ଟି, ରୌପ୍ୟ ପଦକ ୨ଟି ଏବଂ କାଂସ୍ୟ ପଦକ ୫ ଟି  I ସିନିୟର କାଟାଗୋରିରେ ଆକାଶ ନାୟକ ଫାଇଟରେ କାଂସ୍ୟ ପଦକ, ପ୍ରମିଶ ଦିଗାଳ ଫାଇଟରେ କାଂସ୍ୟ ପଦକ, ଅରବିନ୍ଦ ପାତ୍ର ଫାଇଟରେ ରୌପ୍ୟ ପଦକ ଏବଂ  ସୁବ୍ରତ ଦିଗାଳ କାଟାରେ କାଂସ୍ୟ ପଦକ ଆଉ ଫାଇଟରେ କାଂସ୍ୟ ପଦକ ହାତେଇ ଥିବା ବେଳେ ବୟସ କାଟାଗୋରିରେ ରୁଦ୍ରନାରାୟଣ ପ୍ରଧାନ ଫାଇଟରେ କାଂସ୍ୟ ପଦକ, ପ୍ରିୟାଂଶୁ ଶେଖର କାଟାରେ ସ୍ଵର୍ଣ ପଦକ ଓ ଫାଇଟରେ ସ୍ଵର୍ଣ ପଦକ, ସ୍ୱୟଂ ମହାପାତ୍ର କାଟାରେ ସ୍ଵର୍ଣ ପଦକ, ସାନଭି ସାଧନା କାଟାରେ ରୌପ୍ୟ ପଦକ ଓ ଫାଇଟରେ ସ୍ଵର୍ଣ ପଦକ ହାତେଇ ଥିବାବେଳେ ଅଭିଜୀତ କାଟାରେ ସ୍ଵର୍ଣ ପଦକ ଏବଂ ଫାଇଟରେ ସ୍ଵର୍ଣ ପଦକ ହାତେଇ କନ୍ଧମାଳ ଏବଂ ରାଜ୍ୟର ଗୌରବ ଅର୍ଜନ କରିଥିଲେ I ଏହା ସହ ତିନିଟି ପଦକ ଟିକେ ଟିକେ ପାଇଁ ହାତ ଛଡ଼ା ହେଇ ଥିଲା I ପ୍ରତିଯୋଗି ନରେଶ ନାୟକ, ମନୋଜ ସୀସା ଏବଂ ପଞ୍ଚାନନଙ୍କର କିନ୍ତୁ ସେମାନେ ପ୍ରତିଶୃତି ଦେଇ ଛନ୍ତି ଆଗାମୀ ଦିନରେ ଦୁଇ ଗୁଣା ପରିଶ୍ରମ କରି ନିଶ୍ଚୟ ପଦକ ଆଣିବେ I ଉତ୍କଳ କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ଜୁନେସ ଦିଗାଳ ଏବଂ ଡୋଜ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର କହଁର ନେତୃତ୍ୱରେ କନ୍ଧମାଳ ଟିମ ଭୁବନେଶ୍ୱର ଗସ୍ତ କରିଥିଲା I ସେହି ପ୍ରତିଯୋଗିତାରେ କୃତିଖେଳାଳିଙ୍କୁ ଉତ୍କଳ କରାଟେ ସ୍କୁଲ, ଅଭିଭାବକ ଏବଂ ଟିକାବାଲି ଅଞ୍ଚଳ ଲୋକ ବହୁ ଆଡମ୍ବର ପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ସହ ଟିକାବାଲି ବଜାର ସାରା ପରିକ୍ରମା କରିବା ପରେ କୃତଖେଳାଳି ମାନଙ୍କୁ ଟ୍ରଫି ଶହ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି I ଏହି ଅବସରରେ ଅଞ୍ଚଳର ମାନ୍ୟ ଗଣ୍ୟବ୍ୟକ୍ତିମାନଙ୍କୁ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I