ଟିକାବାଲି କଲେଜରେ ନୂଆ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କଂହର, ମୁଖ୍ୟବକ୍ତା ଭାବେ କଲେଜ ପରଚଳନା ପରିଷଦର ସଭାପତି ଶ୍ରୀ ଲଳିତେନ୍ଦୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବୁର୍ବୀ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ, ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳି ବେହେରା, ବିଷ୍ଣୁ ପ୍ରସାଦ ରଥ, ବିରୂପାକ୍ଷ ତ୍ରିପାଠୀ ଯୋଗଦେଇ ଥିଲେ I ନୋଡାଲ ଅଫିସର ସ୍ନାତକ ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ ରିପୋର୍ଟ ପଠନ, ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରତନ ଦିଗାଲ ନୋଡାଲ ଅଫିସର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଅଧ୍ୟାପିକା ନିବେଦିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I