ଯୁବାଗୁଡା ଗ୍ରାପଞ୍ଚାୟତର ମାଟିକାଡ଼ା ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ ସରକାରୀ ସୁବିଧା, ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନର ଦେଲେ ଚେତାବନି….

ଅନୁସନ୍ଧାନ ଭାରତ(ବ୍ୟୁର): ଅଜିବି ସରକାରୀ ସୁବିଧାରୁ ବଂଚିତ କନ୍ଧମାଳ ବାସୀ l ସରକାର ଏହି ଜିଲ୍ଲାର ବିକାଶ ପାଇଁ କୋଟି କୋଟି  ଟଙ୍କାର ମାଳ ମାଳ ଯୋଜନା କରୁଛନ୍ତି l ହେଲେ ମଧ୍ୟ ଜିଲ୍ଲାବାସୀ ସେହି ସରକାରୀ ସୁବିଧାରୁ ପାଇବାରୁ ବଂଚିତ l ରାଜ୍ୟ ସରକାର ରାଜ୍ୟରେ ଗମନା ଗମନ  ଏବଂ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ କୋଟି କୋଟି ଅର୍ଥ ବ୍ୟୟବରାଦ କରି ସହରାଞ୍ଚଳଠୁ ଆରମ୍ବ କରି ଗ୍ରାମାଞ୍ଚଳକୁ କଚା ରାସ୍ତାରୁ ପକା ରାସ୍ତା ନିର୍ମାଣ ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରୁଛନ୍ତି l କିନ୍ତୁ କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ କୋଟଗଡ଼ ବ୍ଲକ ରାୟଗଡା ସୀମାନ୍ତକୁ ଲାଗି ରହିଥିବା ଯୁବାଗୁଡା ପଞ୍ଚାୟତର ମାଟିକାଡ଼ା ଗ୍ରାମବାସୀ ଏହି ସବୁ ସରକାରୀ ସୁବିଧାରୁ ସମ୍ପୂର୍ଣ ବଞ୍ଚିତ ହୋଇ ଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ଏହି ଗ୍ରାମରେ ପ୍ରାୟ ୧୭୫ରୁ ୧୮୦ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ବର୍ଗର ପରିବାର ଆଦିମ କାଳରୁ ବସବାସ କରି ଆସୁଛନ୍ତି l  କିନ୍ତୁ ପରିତାପର ବିଷୟ ସେମାନଙ୍କ ସକାସେ ନିଜ ପଂଚାୟତର ମୁଖ୍ୟାଳୟକୁ ଯିବା ପାଇଁ ମଧ୍ୟ ନାହିଁ ପକା ରାସ୍ତା l ବିଗତ ଦିନରେ ସ୍ଥାନୀୟ ବିଧାୟକ ସେହି ଗ୍ରାମବାସିଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ l ହେଲେ ତାହା ସୁଦ୍ଧା ଆଜି ଯାଏଁ ପ୍ରତିଶୃତିରେ ହିଁ ରହି ଯିଇ ଥିବା ସ୍ଥାନୀୟ ବାସିନ୍ଧା କହିଛନ୍ତି l ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନ ଥିବା କହିଛନ୍ତି ଅଞ୍ଚଳବାସୀ l ରାୟଗଡା ଜିଲ୍ଲାର ସୀମାନ୍ତରେ ଏହି ଗ୍ରାମ ଥିବାରୁ ସରକାର ଅଣଦେଖା କରୁଥିବା ଦୁଃଖ ପ୍ରକାଶ କରିଛନ୍ତି l ସମସ୍ୟାର ସମାଧାନ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ନିମନ୍ତେ ନିଷ୍ପତି ନେଇଥିବା ମଧ୍ୟ କହିଛନ୍ତି l କେଵଳ ସେତିକି ନୁହେଁ ଉକ୍ତ ଅଞ୍ଚଳର ପାଖାପାଖି ଗ୍ରାମ ଗୁଡିକକୁ ଯିବା ପାଇଁ ମଧ୍ୟ କୌଣସି ସୁବିଧା ନଥିବା ଗଣମାଧ୍ୟମ ଆଗରେ କହିଛନ୍ତି l ବିଭିନ୍ନ ସମୟରେ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଆସୁଛୁ କିନ୍ତୁ  ସମସ୍ୟାର ସମାଧାନ ହେଉନାହିଁ l ତେଣୁ ଏହି ଭଳି ଚରମ ନିଷ୍ପତି ନେଇଛୁ ବୋଲି ଗ୍ରାମବାନ୍ଧା ରୁବି ନାୟକ, ଅନଦ୍ରିୟ ମଲିକ, ଅନନ୍ତ ଉଠାନସିଂ, ମାର୍କ ମଲିକ, ଲିଂଗରାଜ ବଳିଆରସିଂ, ସୁନ୍ଦରମଣ୍ଡଳ ନାୟକ ପ୍ରମୁଖ କହିଛନ୍ତି l କେଵଳ ସେତିକି ନୁହେଁ ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ରାଜରାସ୍ତା ଅବୋରଧ କରିବା ପାଇଁ ଚେତାବନୀ ମଧ୍ୟ୍ୟ ଦେଇଛନ୍ତି ଅଞ୍ଚଳବାସୀ l ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେତେଦୂର ଏହି ଉପାନ୍ତ ଅଞ୍ଚଳର ବିକାଶ ନିମନ୍ତେ ଆଗକୁ ଆସୁଛି l ଘଟଣା ସମ୍ପର୍କରେ ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧିଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l