କଳିଙ୍ଗ ମହାବିଦ୍ୟାଳୟ ଖେଳ ପଡ଼ିଆରେ ୪ ର୍ଥ ବାର୍ଷିକ ଭିମ୍ ଆର୍ମି ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଲିଙ୍ଗ ମହାବିଦ୍ୟାଳୟ ଖେଳ ପଡିଆରେ ୪ ର୍ଥ ବାର୍ଷିକ ଭୀମ ଆର୍ମି ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ, ସମାଜସେବୀ ଶାନ୍ତନୁ ପ୍ରଧାନ, ପୂର୍ବତନ ଡିଏସଓ ସନ୍ତେ ପ୍ରଧାନ, ପୂର୍ବତନ ଫୁଟବଲ ବରିଷ୍ଠ ଖେଳାଳି ଏ କ୍ରିଷ୍ଣା, ବିନୋଷ କୁମାର୍ ନାୟକ, ନିହାର ଭୁଷଣ ନାୟକ, ଉପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତା ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୬ ଗୋଟି ଜିଲ୍ଲାର ବିଭିନ୍ନ ଦଳ ଏଥିରେ ଭାଗ ନେବେ । ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ ପାବିରିଆ ସହିତ ଶିନ୍ଦ୍ରିଗାଁ ମଧ୍ୟରେ ହୋଇଥିଲା ଏଥିରେ ପାବୁରୀଆ ଦଳ ପେନାଲ୍ଟି ମାରି ୫ -୪ ରେ ବିଜୟ ଲାଭ କରିଥିଲେ । ପୁଣି ଖଜୁରୀପଡ଼ା ସହିତ ଆର୍ଗାଡି ମଧ୍ୟରେ ମୁକାବିଲା ହୋଇଥିଲା ଓ ଖଜୁରୀପଡ଼ା ବିଜୟ ହୋଇଥିଲା । ପରେ ବିଜୟୀ ଦଳ ପାବୁରିଆ ଓ ଖଜୁରୀପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ୧-୦ ରେ ଖଜୁରୀପଡ଼ା ବିଜୟ ହୋଇଥିଲା । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଖେଳାଳୀମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହ ଭଲ ପ୍ରଦର୍ଶନ କରି ନିଜର ଗ୍ରାମର, ବ୍ଲକର ତଥା ଜିଲ୍ଲା ପାଇଁ ଗୌରବ ଆଣିବା ନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ଆୟୋଜକ ଭାବରେ ଘୁ ଉଦୟଗିରି ଭୀମ ଆର୍ମି ଏକତା ମିଶନ ପରିଷଦର ଜିଲ୍ଲା ସଭାପତି ଫିରୋଜ କୁମାର୍ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅରୁଣ କୁମାର୍ ପ୍ରଧାନ, ଉତ୍ସବ ପ୍ରଧାନ, ଆମୋନ୍ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଯୌବନ ମଲ୍ଲିକ, ଲେକ୍ଚରର ରାଜେଶ ବାଗ, ସିମନ୍ ପ୍ରଧାନ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ହୁସେନ ପ୍ରଧାନ, ମୁନ୍ନା ପ୍ରଧାନ, ସମ୍ୟରଞ୍ଜନ୍ ପ୍ରଧାନ, କକିଲ ପ୍ରଧାନ, ହିମାଂଶୁ ପ୍ରଧାନ ସାହାର୍ଯ୍ୟ ସହଯୋଗ କରିଥିବା ବେଳେ ବାବୁ ନାୟକ ମୁଖ୍ୟ ରେଫ୍ରୀ ଭାବରେ ଖେଳ ପରିଚାଳନା କରିଥିଲେ ଓ ଅନ୍ୟ ମାନେ ସାହାର୍ଯ୍ୟ କରିଥିଲେ ।