ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲାରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କର ଅନ୍ତର୍ନିହିତ ଗୁଣାବଳିକୁ ପରିପ୍ରକାଶ କରିବା ଉଦ୍ଦେଶ୍ୟ ନେଇ କନ୍ଧମାଳ ଷ୍ଟାଡିୟମ୍ ରେ ଜିଲ୍ଲା ପ୍ରଶାସନ ତତ୍ତ୍ଵାବଧାରେ ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ଉତ୍ସବ ଉତ୍ସାହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜତ କୁମାର ଦିଗାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମତି ସରୋଜବାଳା ଆଚାର୍ଯ୍ୟ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶ୍ରୀଯୁକ୍ତ ରାମଚନ୍ଦ୍ର ପରିଛା, ସଦାଶିବ ପର୍ତ, ରଞ୍ଜନ ବିଶ୍ୱୋୟୀ ଓ ଶ୍ରୀମତୀ ମମତା ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମୀର କୁମାର ନାୟକ ସମେତ କିଶୋର ନ୍ୟାୟ, ବୋର୍ଡ ସଦସ୍ୟ ଦେବରଜ ଦିଗାଲ ଏବଂ ରଶ୍ମିତା କମ୍ପ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧିକାରୀ ଶ୍ରୀମତି ରଶ୍ମିତା କରଣ କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶିଶୁ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପ୍ରୟାସରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମରେ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ଼, ଲମ୍ବାଡିଆଁ, ଉଚ୍ଚ ଡିଆଁ ସହ ମାଇଣ୍ଡ ଗେମ୍ ଖେଳ ଯେପରି କେରମ୍ ଓ ଚେସ ପ୍ରତିଯୋଗିତା ଉଭୟ ବାଳିକା ବାଳକ ମାନଙ୍କ ପାଇଁ ବ୍ୟବ ସ୍ଥିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଜିଲ୍ଲାର ୧୫ରୁ ଅଧିକ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ଉପରୋକ୍ତ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପରାକାଷ୍ଠା ପ୍ରତିପାଦିତ କରି ଉତ୍ସାହ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ପ୍ରତିଯୋଗିତାମାନଙ୍କରେ କୃତି ବାଳିକା ବାଳକମାନଙ୍କୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଭାବେ ଅଭିହିତ କରାଯାଇଥିଲା ଏବଂ ଯେଉ ପ୍ରତିଯୋଗୀମାନେ ପଥମ ସ୍ଥାନ ଅଧିକର କରିଛନ୍ତି ତାକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବା ପାଈଁ ସୁଯୋଗ ରହିଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘୋଷଣା କରିବା ସହ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତେ ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ । ଉତ୍ସାହର ସମସ୍ତ ପ୍ରତିଯୋଗିତା ଗୁଡ଼ିକୁ ଜିଲ୍ଲା ପରିସରୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ପି. ଇ. ଟି. ଶିକ୍ଷକ ମାନେ ଯୋଗୋଦନ କରି ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ, ଏବଂ କ୍ରୀଡା ପାଇଁ ଆବଶ୍ୟକୀୟ ଉପକରଣ ଜିଲ୍ଲା କ୍ରୀଡା ଅଧିକାରୀ ଯୋଗାଇବାରେ ସହଯୋଗ କରିଥିଲେ। ପରିଶେଷରେ ଉଦଯାପନ ସମାରୋହରେ କୃତୀ ପ୍ରତିଯଗୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ମାନପତ୍ର ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଉଦ୍ଦେଶ୍ୟରେ ପରବର୍ତ୍ତୀ ପ୍ରତିଯୋଗିତା ପାଇଁ ଆହୁରି ଅଧିକ ଅଭ୍ୟାସ କରି ଜିଲ୍ଲାର ନାମ/ଟେକ ରଖିବା ପାଇଁ ମୁଖ୍ୟ ଅତିଥି ସମେତ ଉପସ୍ଥିତ ସମ୍ମାନିତ ଅତିଥିମାନେ ଶିଶୁ ମାନଙ୍କୁ ଭବିଷ୍ୟତ ଉଜ୍ବଳ କାମନାର ଆଶୀର୍ବାଦ ସହ ଉତ୍ସାହିତ କରିଥିଲେ। ଉଦଯାପନ ସମାରୋହକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଆନୁଷ୍ଠାନିକ ଅଧିକାରୀ ଶ୍ରୀଯୁକ୍ତ ସୁନିଲ ପ୍ରଧାନ ପରିଚାଳନା କରୁଥିବାବେଳେ ପ୍ରବେଶର ଅଧିକାରୀ ଅଭିରାମ କହଁର ଧନ୍ୟବାଦ କରିଥିଲେ। ସମିତର ଶିଶୁ ସୁରକ୍ଷା – ଅଣ ଆନୁଷ୍ଠାନିକ ଅଧିକାରୀ ସରୋଜ କୁମାର କହଁର, ଚିନ୍ମୟ ବେହେରା ଓ ଟିକେରାମ ବାଗ୍ କାର୍ଯ୍ୟକ୍ରମର ସାଫଲ୍ୟ ମଣ୍ଡିତ ପାଇଁ ସହଯୋଗ କରିଥିଲେ।