ସିର୍କୀ ଇକୋ ପାର୍କ ଠାରେ “ପ୍ରେସ କ୍ଲବ”ର ମାସିକ ସାଧାରଣ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ସ୍ଥିତ ସିର୍କୀ ଇକୋ ପାର୍କ ଠାରେ “ପ୍ରେସ କ୍ଲବ” ଘୁ.ଉଦୟଗିରିର ସଭାପତି ଅରୁଣ କୁମାର ଷଡ଼ଙ୍ଗୀ ସଭାପତିତ୍ୱରେ ଏକ ମାସିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ମାସିକ ସାଧାରଣ ବୈଠକରେ “ପ୍ରେସ କ୍ଲବ”ର ସ୍ୱତନ୍ତ୍ର ପ୍ରେସ ଗୃହ କିପରି ନିର୍ମିତ ହେବ ଓ ବହୁ ପୁରାତନ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ସୂଚନା କେନ୍ଦ୍ର, କ୍ଲବ ସାହିରେ ଥିବା ଉକ୍ତ କାର୍ଯ୍ୟାଳୟ କିଭଳି ପୁନର୍ବାର କାର୍ଯ୍ୟକ୍ଷମ ହେବ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା I ସଦସ୍ୟଙ୍କ ମଧ୍ୟରେ ଭାଇ ଚାରା ବଜାୟ ରହିଛି ଏବଂ ଆଗାମୀ ଭବିଷ୍ୟତରେ ସମାଜ ମଙ୍ଗଳ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ କରିବ ବୋଲି “ପ୍ରେସ କ୍ଲବ” ସଭାପତି ଅରୁଣ କୁମାର ଷଡ଼ଙ୍ଗୀ କହିଥିଲେ I ଏହି ସାଧାରଣ ବୈଠକରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତ ପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ଉପସଭାପତି ରାମକୃଷ୍ଣ ଚୌଧୁରୀ, ସାଧାରଣ ସମ୍ପାଦକ ଅନିଲ କୁମାର ଦଳବେହେରା, ବଟକୃଷ୍ଣ ଦାଶ, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ଚିନ୍ମୟ ସେଠୀ, ସାମନ୍ତ ଶେଖର ନାୟକ, ସୁଜିତ କୁମାର ସାହୁ, ଏନ.ରାଜା ରାଓ ପ୍ରମୁଖ ଉପସ୍ଥିତ ରହି ଏହି ମାସିକ ସାଧାରଣ ବୈଠକକୁ ସଫଳ ରୂପାୟନ ଦେଇଥିଲେ I