ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଏବଂ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ପ୍ରତିଯୋଗିତାରେ ବତ୍କୃତା, ସୃଜନାତ୍ମକ ଲିଖନ, ଚିତ୍ରାଙ୍କନ,ଏକକ ଅଭିନୟ, ନୃତ୍ୟ, ସଙ୍ଗୀତ ଗାନ କରାଯାଇଥିବା ବେଳେ, କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜାଭେଲିନ୍, ଷଟ୍ ଫୁଟ୍, ଡିସକସ୍ ଥ୍ରୋ, କବାଡି, ଫୁଟବଲ୍, ଖୋଖୋ ଆଦି ଅନୁଷ୍ଠିତ ହୋଇଯାଇଛି।
ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସହଯୋଗ ତଥା ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ, ଅଧ୍ୟାପକ ମାନସ ରଞ୍ଜନ ରାଉତରାୟ, ଅଧ୍ୟାପିକା ଅନ୍ନପୂର୍ଣ୍ଣା ମଲ୍ଲିକ, ଅଧ୍ୟାପିକା ସରିତା ମିଶ୍ର ଏବଂ କ୍ରୀଡ଼ା ପରିଷଦର ସଦସ୍ୟ ଅଧ୍ୟାପକ ଦ୍ୱିତୀକୃଷ୍ଣ ଖଣ୍ଡୁଆଳ, ଅଧ୍ୟାପକ ମଦନ ମୋହନ ବନଛୋର୍, କ୍ରୀଡ଼ା ଶିକ୍ଷକ ସରୋଜ କୁମାର ଦାଶ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଯାଇଛି।