ଜମିରେ ଧାନ ଲଗାଇ ଚାଷି ହତାଷ: ପହଞ୍ଚୁନି ମେଗା ପ୍ରକଳ୍ପ ପାଣି, ଶୁଖିଲା ପଡିଛି କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ପୋଖରି….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଅଞ୍ଚଳରେ ଅଭାବି ବର୍ଷା ଯୋଗୁଁ ଗୁଣପୁର କୃଷି ଜିଲ୍ଲାର ନରସିଂହ ମୁଣ୍ଡା ଅଞ୍ଚଳରେ ଧାନ ଜମି ଗୁଡିକ ଫାଟି ଆଁ ହୋଇ ରହି ଥିବା ଦେଖା ଦେଇଛି । ଏହି ଅଞ୍ଚଳରେ ଚାଷିମାନେ ଧାନ ଚାଷ କରି ପରିବାର ଭରଣପୋଷଣ କରିଥାନ୍ତି । ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ ଚାଷ ଜମିରେ ବର୍ତମାନ ପାଣି ନଥିବାରୁ ଧାନ ଗଛ ଗୁଡିକ ଏବେ ନଷ୍ଟ ହେବାରେ ଲାଗିଛି । ଧାନ ଜମିରେ ପାଣି ପହଞ୍ଚିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ବଡ ପୋଖରି ରହିଛି କିନ୍ତୁ ପାଣି କମ୍ ରହୁଥିବାରୁ ଜମିରେ ପାଣି ପହଞ୍ଚିପାରୁନି । ମେଗା ପ୍ରକଳ୍ପର ପାଇପ୍ ଲାଇନ ଚାଷ ଜମିରେ ଯାଇଛି କିନ୍ତୁ ଏହି ପାଇପରେ ପ୍ରକଳ୍ପ ହେବାଠାରୁ ଚାଷିଙ୍କ ନିମନ୍ତେ ପାଣି ଆସିପାରୁନି । ଜମିରେ ମେଗା ପ୍ରକଳ୍ପର ପାଣି ପହଞ୍ଚିବା ପାଇଁ ଚାଷିମାନେ ଅନେକ ଥର ପ୍ରକଳ୍ପ ଅଧିକାରି ନିବେଦନ କରିଛନ୍ତି କିନ୍ତୁ ଆଜି କାଲି କହି ପ୍ରକଳ୍ପ ଯାନ୍ତ୍ରିକ ତ୍ରୁଟି ରହୁଥିବା କହି ଚାଷି ଙ୍କୁ ଭୁଆଁ ବାଲାଉଛନ୍ତି ବୋଲି ଚାଷିମାନେ ଅଭିଯୋଗ କରିଛନ୍ତି । ଚାଷିମାନେ ଜମିରେ ଜଳ ଅଭାବ ଯୋଗୁଁ ହରଡଘଣାରେ ପଡିଛନ୍ତି । ମେଗା ପ୍ରକଳ୍ପର ପାଣି ଛାଡିବା ସହ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ରହିଥିବା ପୋଖରିର ମରାମତି କରାଯାଇ ଚାଷିମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।