କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ……
ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣଠାରେ ଅମର ଯୁକ୍ତ ତିନି ମହାବିଦ୍ୟାଳୟ ମିଳିତ ସହଯୋଗରେ ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ପଦଯାତ୍ରା, ପଞ୍ଚ ପ୍ରାଣ ଶପତ ଗ୍ରହଣ, ମାଟି ସଂଗ୍ରହ, ମାଟି କୋ ନମନ ବିରୋ କା ବନ୍ଦନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସୁବୋଧ କୁମାର ଶତପଥି (ଅଧକ୍ଷ, ହରଗୌରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କୁଶୁର୍ଲା), ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଗଗନ ବିହାରୀ ମହାପାତ୍ର (ଇଂରାଜୀ ଅଧ୍ୟାପକ), ଶ୍ରୀଯୁକ୍ତ ଲମ୍ବୋଦର ସାହୁକାର (ଇତିହାସ ଅଧ୍ୟାପକ), ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ମିଶ୍ର (କର୍ଲାମୁଣ୍ଡା ବିଜେପି ସଭାପତି), ଶ୍ରୀମତୀ ବନିତା ସାହୁ (ୱାର୍ଡ ମେମ୍ବର ଯୋରାଡବରା ଗ୍ରା.ପ ), ଶ୍ରୀଯୁକ୍ତ କୈଳାଶ ସାହୁ (କୁଶୁର୍ଲା ହଜାରୀପଡା ଗାଁ ଗୌନ୍ତିଆ), କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଗଣ ଶ୍ରୀ ବୀରେନ୍ଦ୍ର ସାହୁ, ଧ୍ରୁବଚରଣ ସାହୁ, ଚୂଡ଼ାମଣି ସାହୁ, ଶ୍ରୀ ରାଜେନ୍ଦ୍ର ଗହୀର ଅଧ୍ୟାପକ (ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁସୁର୍ଲା), କର୍ଲାମୁଣ୍ଡା ଭି.ଆର.ପି ସଭାନେତ୍ରୀ ଶ୍ରୀମତୀ ଲୋଚନା ମାଝୀ, ସମାଜ ସେବୀ ରୋମାଞ୍ଚଳ ସାହୁ, ତ୍ରିଲୋଚନ ସାହୁ, ହରପ୍ରସାଦ ସାହୁ, ଭୈରବଶଙ୍କର ସାହୁ, ଡୋଲାମଣୀ ସାହୁ, ନୀଳକଣ୍ଠେଶ୍ୱର ସାହୁ, ଡମ୍ୱରୁ ସାହୁ, ଗଣେଶ୍ୱର ସାହୁ, ତୁଷ୍ମନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ I ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁଶୁର୍ଲା ସମସ୍ତ ଛାତ୍ରଛାତ୍ରୀମାନେ ତଥା କର୍ଲାମୁଣ୍ଡା ବ୍ଲକର ସମସ୍ତ ଭି.ଆର.ପି ଏବଂ ସି.ଆର.ପି ଯୋଗଦେଇ ସହଯୋଗ କରିଥିଲେ I ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l