ମାଁ ଶୁଳାବଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ , ଦୋମୁହାଣୀ ଚମ୍ପିୟାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଦୋମୁହାଁଣି ପଞ୍ଚାୟତ ଅଧୀନ ରାଇଗୋଚ୍ଛା ଗ୍ରାମରେ ମାଁ ଶୁଳାବଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଛି । ଅନୁଷ୍ଠିତ ଫାଇନାଲ୍ ମ୍ୟାଚ ଦୋମୁହାଁଣି ଓ ଗାଲେରୀ ଟିମ୍ ମଧ୍ୟରେ ହୋଇଥିଲା । ରୋମାଞ୍ଚକର ଏହି ମ୍ୟାଚ୍ ରେ ଦୋମୁହାଁଣି ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୧୦ ୱିକେଟ୍ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲା । ୧୦୨ ରନ୍ ଲକ୍ଷ୍ୟରେ ଦ୍ବିତୀୟରେ ବ୍ୟାଟିଂ କରି ଗାଲେରୀ ଟିମ୍ ୧୨ ଓଭରରେ ୧୦ ଟି ୱିକେଟ ହରାଇ ମାତ୍ର ୬୩ ରନ୍ କରି ପରାଜିତ ହୋଇଥିଂଲେ । ବିଜୟୀ ଦୋମୁହାଁଣି ଟିମକୁ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ଦୋମୁହାଁଣୀର କ୍ୟାପଟେନ୍ ଯୋଗେନ୍ଦ୍ର ଗୌଡ଼ ସର୍ବାଧିକ ୨୮ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ଗୌରବ ଦଳବେହେରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୦ ଟି ୱିକେଟ୍ ସଂଗ୍ରହ କରି ବେଷ୍ଟ୍ ବଲର ଏବଂ ଗାଲେରୀ ଟିମର ଜୁଗୁନୁ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭୮ ରନ୍ କରି ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସଙ୍ଗଠକ ରାଜକୁମାର ସାହୁ, ସୂର୍ଯ୍ୟ ନାରାୟଣ ନାୟକ ଗାଲେରୀ ସରପଞ୍ଚଙ୍କ ପ୍ରତିନିଧି ଶଙ୍କର୍ଷଣ ମହାରଥା, ରାଜୀବ ଲୋଚନ ପାତ୍ର, ସାମ୍ବାଦିକ ସୁଶାନ୍ତ ସାହୁ, ପ୍ରଦିପ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିତେନ୍ଦ୍ର କୁମାର ସେଠୀ ସୁଦର୍ଶନ ଜlନୀ ଏହାକୁ ପରିଚାଳନା କରିଥିଲେ । ଏଥିରେ ଆମ୍ପାୟର ଭାବେ ରିଣ୍ଟୁ ସ୍ୱାଇଁ ଓ ଅରୁଣ ଷଢଙ୍ଗୀ ଦାୟିତ୍ବ ସମ୍ପାଦନ କରିଥିଲେ ।