ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ଦାବି ସପ୍ତାହ ପାଳନ, ଚିକିତ୍ସା ଭତ୍ତା ସହ ଅନ୍ୟ ୧୦ ଦଫା ଦାବିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଂଜିଲିକାଟୁ ବ୍ଲକ ବି.ଡି.ଓ.ଙ୍କୁ ସ୍ମାରକପତ୍ର ପ୍ରଦାନ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟର ସାଢ଼େ ତିନି ଲକ୍ଷ ପେନସନର ଓ ଫାମିଲି ପେନସନର ମାନଙ୍କ ପାଇଁ ପ୍ରତିନିଧିତ୍ଵ କରୁଥିବା ଏକମାତ୍ର ସଂଗଠନ ‘ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ’ ର ଆହ୍ବାନକ୍ରମେ ୨୪ଏପ୍ରିଲରୁ ରାଜ୍ୟବ୍ୟାପୀ ପାଳନ ହେଉଥିବା ପ୍ରତିବାଦ ସପ୍ତାହ ଅଵସରରେ ଆଜି ୧୦ ଦଫା ଦାବୀ ଦାବୀ ପୁରଣ ପାଇଁ ହିଂଜିଲିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ବିକ୍ଷୋବ କରାଯାଇଥିଲା । ଏହି ଦାବୀ ଯଥା ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପେନସନ ନିର୍ଧାରଣରେ ହୋଇଥିବା ମାରାତ୍ମକ ତ୍ରୁଟିକୁ ସଂଶୋଧନ କରିବା, ୮୦ ବର୍ଷ ବଦଳରେ ୬୫ ବର୍ଷରୁ ଅତିରିକ୍ତ ପେନସନ ପ୍ରଦାନ, କେନ୍ଦ୍ର ଅନୁରୂପ କ୍ୱାଲିଫାଇଙ୍ଗ ସର୍ବିସ ୨୦ ବର୍ଷ କରିବା, ପି .ଜି. ପି. ଏ. ବିଭାଗକୁ ପୁନଃ ଅବସ୍ଥାପିତ କରିବା, କମ୍ୟୁଟେଶନ ଦେୟର ଅବଧି ୧୫ ବର୍ଷ ବଦଳରେ ୧୨ ବର୍ଷକୁ ହ୍ରାସ କରିବା , କରୋନା ସମୟରେ ବନ୍ଦ ରଖାଯାଇଥିବା ୧୮ ମାସର ମହଙ୍ଗା ଭତ୍ତାକୁ ପ୍ରଦାନ କରିବା, ରେଳ ଯାତ୍ରାରେ ଆଗରୁ ମିଳୁଥିବା ଆର୍ଥିକ ରିହାତିକୁ ପୁନଃ ପ୍ରଚଳନ କରିବା ଆଦି ୧୦ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଂଜିଲିକାଟୁ ବି.ଡି.ଓ. ଶ୍ରୀ ସୁବ୍ରତ କୁମାର ଜେନାଙ୍କୁ ହିଂଜିଲିକାଟୁ ଶାଖା ଓ ଗଂଜାମ ଜିଲ୍ଲା ଶାଖାର ମିଳିତ ଭାବେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଶାଖାର ସଭାପତି ଡି.ମୋହନ ରାଓ, ସମ୍ପାଦକ ଅରୁଣ କୁମାର ବ୍ରହ୍ମା, ସହସମ୍ପାଦକ ନୀଳାଞ୍ଚଳ ମିଶ୍ର,ବରିଷ୍ଠ ସଭ୍ୟ କେ.ନନ୍ଦେଷୁ ସେନାପତି, ଏ.ସତ୍ୟ ନାରାୟଣ ଗୁପ୍ତା, ନଗେନ ଚନ୍ଦ୍ର ପଟ୍ଟନାୟକ, ବସନ୍ତ କୁମାର ପାତ୍ର,ବିଜୟ କୁମାର ପଣ୍ଡା, ହିଂଜିଲିକାଟୁ ଶାଖାର ସର୍ବଶ୍ରୀ ସହସ୍ର ନାମ ପାଠୀ, ଏ.କେ.ଖାଡଙ୍ଗା, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଅଶୋକ କୁମାର ପାଠୀ, ହୃଷିକେଶ ସାବତ, ଚନ୍ଦ୍ରଭାନୁ ସାବତ, ଚିତ୍ତରଞ୍ଜନ ମହାରଣା, ଉମାକାନ୍ତ ବେହେରା, ଲଷ୍ମୀନାରାୟନ ସ୍ୱାଇଁ, ହରିହର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ବିମ୍ବାଧର ସାହୁଙ୍କ ସମେତ ପ୍ରାୟ ୫୦ ଜଣ ଉପସ୍ଥିତ ଥିଲେ ।