ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମିଞ୍ଜାପଙ୍କା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସଂଖ୍ୟାରେ ମହିଳା ତଥା ଯୁବା ଯୁବତୀ ଯୋଗ ଦେଇଥିଲେ I ସୂଚନା ଅନୁସାରେ ମିଞ୍ଜାପଙ୍କା, ହରଗୁଡ଼ା, ରାମ୍ବୁଲି, ବୁଡାରିପି ଓ ସାଲବା ଗ୍ରାମର ବହୁ ଲୋକ ବିଜେଡି ଦଳରେ ସାମିଲ ହୋଇଥିଲେ I ହେଲେ ଏହି ମିଶ୍ରଣ ପର୍ବରେ ବହୁ ମହିଳା ସାମିଲ ହେବା ସହିତ ସାଲବା ଗ୍ରାମର ସବୁ ପରିବାର ଟୁକୁନା ମହାନ୍ତିଙ୍କ ପ୍ରେରଣାରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ I ବିଧାୟକ ମିଞ୍ଜାପଙ୍କା ଗ୍ରାମ ବାସୀଙ୍କ ଦାବି ସବୁ ଅତିଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଧାୟକ ସାଲୁଗା ପ୍ରଧାନଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ଜିଲା ସମ୍ପାଦକ ଦୀପକ କୁମାର ସାହୁ, କାଟିଙ୍ଗୀୟା ପଞ୍ଚାୟତ ସରପଞ୍ଚ, ଆଦିବାସୀ ଉନ୍ନୟନ ସଦସ୍ୟ ରମାକାନ୍ତ ମାଝୀ, ଜିଲା ଯୁବ ସମ୍ପାଦକ ବାବୁନି ପଣ୍ଡା, ପଞ୍ଚାୟତ ସଭାପତି ଏଲିଓ ମାଝୀଙ୍କ ସହିତ ବରିଷ୍ଠ କର୍ମୀ ବିରଞ୍ଚି ବିଷୋୟୀ, ଟୁକୁନା ମହାନ୍ତି, ଚିନା ଦୋରାଙ୍କ ସହିତ ଅଞ୍ଚଳର ବହୁ ଦଳୀୟକର୍ମୀ ସମୁହ ଉପସ୍ଥିତ ଥିଲେ ।