ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଲପୁର ଠାରେ ରାଜନୀତି ବିଜ୍ଞାନ ତରଫରୁ ‘ଗ୍ରାମୀଣ ଓଡ଼ିଶାରେ ନାରୀ ସଶକ୍ତିକରଣ’ ଏକ ସମ୍ପ୍ରସାରଣ ଉପରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରରେ ଅଲପୁର ଗ୍ରାମର ସରପଞ୍ଚ ରଶ୍ମିତା ପ୍ରଧାନ, ସମିତି ସଭ୍ୟା ରୀନା ପୋଲାଇ ଓ ଅନ୍ୟାନ୍ୟ ଗ୍ରାମର ପ୍ରଶାସନିକ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଯୁବ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ସାବିତ୍ରୀ ସେଠୀ, ମାମୁନି ଡାକୁଆ, ରୋଜି ବିଶ୍ଵାଳ, ପିକୁନ୍ ପୃଷ୍ଟି, ପ୍ରତ୍ୟୁଷା ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରୁଦ୍ରମଣି ସେଠୀ, ଗୁଡୁ ପ୍ରଧାନ, କାହ୍ନୁ ପ୍ରଧାନ ପ୍ରମୁଖ ଏକ ପଥପ୍ରାନ୍ତ ନାଟକ ଜରିଆରେ କିପରି ନାରୀକୁ ଶିକ୍ଷାଦାନ ଦେବା ଦ୍ଵାରା ନାରୀ ଆତ୍ମନିର୍ଭରଶୀଳ ଏବଂ ଶଶକ୍ତ ହୋଇଥାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଇଥିଲେ । ବିଭାଗୀୟ ମୁଖ୍ୟ ମନୋଜ କୁମାର ଡାକୁଆ ଏବଂ ସୋନାଲି କୁମାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଉକ୍ତ କାର୍ଯ୍ୟକ୍ରମଟି ସୁଚାରୁ ରୂପରେ ସମ୍ପାଦିତ ହେଇଥିଲା । ରାଜନୀତି ବିଜ୍ଞାନ ବିଭାଗ ର ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଚେତନତା କରିଥିଲେ ।