ଯୁବ ସୁଲଭ ମେଳାପୀ ବସ ଡ୍ରାଇଭରଙ୍କ ଅକାଳ ବିୟୋଗ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର-୨ ଚୁଆଁ ସାହି ବାସିନ୍ଦା ତଥା ଯୁବ ସୁଲଭ ଘରୋଇ ବସ ଡ୍ରାଇଭର ସୁମନ୍ତ ନାୟକଙ୍କ ଆଜି ଅକାଳ ବିୟୋଗ ଘଟିଛି I ସେ ଜଣେ ମିଷ୍ଟ ଭାଷୀ ଯୁବ ସୁଲଭ ବ୍ୟକ୍ତିତ୍ବ ଥିଲେ I ମୃତ୍ୟୁ ବେଳକୁ ତାଙ୍କ ବୟସ ୪୨ ବର୍ଷ ହୋଇଥିଲା I ପରିବାର କହିଲେ ବିଧବା ମାଆ, ତାଙ୍କ ସ୍ତ୍ରୀ ଏବଂ ଏକ ମାତ୍ର ପୁଅ I ସେ କିଡ଼ନୀ ତଥା ଜଣ୍ଡିସ ରୋଗରେ ପୀଡିତ ଥିଲେ ଏବଂ ଆନ୍ଧ୍ରପ୍ରଦେଶ ବିଶାଖାପଟନମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ତାଙ୍କ ଶ୍ୱଶୁର ଘରକୁ ଫେରିଥିଲେ I ଶ୍ୱଶୁର ଘର ଗଜପତି ଜିଲ୍ଲାର ଝିଲିକିରେ ତାଙ୍କର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ମୃତ୍ୟୁ ପରେ ତାଙ୍କ ମରଶରୀର ଘୁ.ଉଦୟଗିରି ଅଣାଯାଇ ନିକ ଟସ୍ଥ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି I ଏହି ଦୁଃଖଦ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I