କଳିଙ୍ଗା ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ କୁଇ ଭାଷା ଭିତ୍ତିକ ଶିକ୍ଷକ ତାଲିମ ଶିବିର ଉଦଯାପିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ସ୍ଥିତ ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ, କଳିଙ୍ଗା ଠାରେ ପାଞ୍ଚ ଦିନିଆ ଜନଜାତି କୁଇ ଭାଷାର ପ୍ରାଥମିକ ଶ୍ରେଣୀରେ ଶିକ୍ଷାଦାନ କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉକ୍ତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମଗଂଳ ଅଧିକାରୀ ଶ୍ରୀ ସୀମାଞ୍ଚଳ ବେହେରା, ସମ୍ମାନିତ ଅତିଥିରୂପେ ସ୍ଥାନୀୟ ବିଇଡି ତାଲିମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡ. ମନୋଜ କୁମାର ପ୍ରଧାନ ଓ ଏସବିଆଇ ଘୁ.ଉଦୟଗିରି ଶାଖା ପରିଚାଳକ ଶ୍ରୀ ଅନିଲ କୁମାର ମଲ୍ଲିକ, ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ତ୍ରିଲୋଚନ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷଣ ଲବ୍ଧ ଶିକ୍ଷଣକୁ ଶତ ପ୍ରତିଶତ ପ୍ରୟୋଗ ଉପରେ ଗୁରୁତ୍ବ ଦେବା ସକାଶେ ପରାମର୍ଶ ଦେଇଥିଲେ । ମୁଖ୍ୟ ସାଧନକର୍ମୀ ଡିଆଇଇଟି, ଟିକାବାଲିରୁ ସୁଶ୍ରୀ ଅନିତା ମଲିକ, ତୁମୁଡ଼ିବନ୍ଧରୁ ଶିକ୍ଷକ ବିରେନ୍ଦ୍ର କୁମାର ମାଝୀ, ସିଆରସିସି ସିପନ୍ ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜକ ତଥା ଅନୁଷ୍ଠାନର ମୁଖ୍ୟ ଶ୍ରୀ ପଣ୍ଡାଙ୍କୁ ପ୍ରଶଂସା କରିଥିଲେ । ପ୍ରଶିକ୍ଷଣ ଶିବିରରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲି, ଚକାପାଦ ଓ ଘୁ.ଉଦୟଗିରି ବ୍ଲକରୁ ମୋଟ ୫୪ ଜଣ ଏସଏସଡି ଶିକ୍ଷକ ଯୋଗଦେଇଥିଲେ । ପ୍ରଶିକ୍ଷକ ଶ୍ରୀ ସୁଧୀର କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ଶିବିରାର୍ଥୀମାନଙ୍କ ମଧ୍ୟରୁ ମାନସ, ମଧୁସୂଦନ, ଲିଟୁ, ଲୁଲୁ, ମାଧବୀ, ମୁକ୍ତି ମଞ୍ଜରୀ ମୌସୁମୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ କୁଇ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।