ସୁନାନ୍ତର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୭ ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗାଁରେ ଗତ ତିନିଦିନ ତଳେ ଗୋଷ୍ଠୀ ସଂଘର୍ଷ କୁ ନେଇ ଉଭୟ ପକ୍ଷରୁ ସାତ ଜଣ ଆହତ ହୋଇ ଥିଲେ I ଏହି ଘଟଣାକୁ ନେଇ ପୁଲିସ ମଙ୍ଗଳବାର ରାତ୍ରରେ ସୁନାନ୍ତର ଗାଁରେ ଚଢ଼ାଉ କରି ଗାଁର ଜଣା ଶୁଣା ବିଜେଡି ନେତା ନିରଞ୍ଜନ ଜେନା ଓରଫ କାଳିଆଙ୍କ ସମେତ ଦଶରୁ ଉର୍ଦ୍ଧ ଜଣଙ୍କୁ ଥାନାକୁ ଆଣି ଥିଲା I ଅଟକ ଥିବା ବିଜେଡି ନେତା କାଳିଆଙ୍କ ସମେତ ଅନ୍ୟ ମାନଙ୍କୁ ଥାନାରୁ ଛାଡିବା ପାଇଁ ସୁନାନ୍ତର ଗ୍ରାମ ପଞ୍ଚାୟତର ନିରଞ୍ଜନ ଜେନାଙ୍କ ସମର୍ଥକ ମାନେ ସୁନାନ୍ତର ମୁଖ୍ୟ ଛକ ଠାରେ ଗଛ ଗଣ୍ଡି ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଶତାଧିକ ମହିଳାମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଯାହା ପାଇଁ ହିଞ୍ଜିଳି -ଶେରଗଡ଼ ଜାନ ବାହାନ ଚଳା ଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା I ଶେରଗଡ଼ ଥାନା ସମୁଖରେ ମହିଳାମାନେ ବସି ଥିବା ଖବର ପାଇ ହିଞ୍ଜିଳି ଓ ଶେରଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ I