୮୫ ତମ ବାର୍ଷିକ ମହାସଭା ଓ ଫୁଲବାଣୀ ଧର୍ମାଞ୍ଚଳର ରୌପ୍ୟ ଜୟନ୍ତି ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଞ୍ଚଳ ତରଫରୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପାଷ୍ଟରେଟ ଅଧିନସ୍ଥ ଡ୍ରେପାଙ୍ଗା ଉତ୍ତର ଭାରତ ମଣ୍ଡଳୀ ଠାରେ ୮୪ ତମ ବାର୍ଷିକ ମହାସଭା ଓ ଫୁଲବାଣୀ ଧର୍ମାଞ୍ଚଳର ରୌପ୍ୟ ଜୟନ୍ତି ପାଳିତ ହୋଇଛି I ଏହି ଉତ୍ସବ ଅବସରରେ ତାରିଖ ୨୭ ଠାରୁ ଆରମ୍ଭ ହୋଇ ୨୯ ତାରିଖre ଧାର୍ମିକ ସଭା ଶେଷ ହେବ I ଉକ୍ତ କାର୍ଯ୍ୟକ୍ରମରେ ଉତ୍ତର ଭାରତ ମଡରେଟର/ବିଷପ ମହାଚାର୍ଯ୍ୟ ବିଜୟ କୁମାର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ବିଶୋପ ମନୋଜ ଚରଣ (ଭୋପାଲ), ଆଚାର୍ଯ୍ୟ ଅଜିତ କୁମାର ଯୋଗ ଦେଇ ବାଇବେଲ ଧର୍ମଶାସ୍ତ୍ରରୁ ଦ୍ଵିତ୍ୟୟ ବଂଶାବଳୀ ୭:୧୪ , ପ୍ରସଙ୍ଘ ଅନ୍ତନିରିକ୍ଷଣ ପ୍ରାର୍ଥନା ଓ ସଂସ୍କାର ଆଧାରିତ କରି ବିଶ୍ୱାସୀମାନଙ୍କୁ ପରିଷଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସଭାନେତ୍ରୀ ଆଚାର୍ଯ୍ୟ ଭାୟୋଲେଟ ନାୟକ ପରିଚାଳନା କରିଥିବାବେଳେ ସମ୍ପାଦକ ରାଜେନ୍ଦ୍ର ନାୟକ ସ୍ୱାଗତ କାରିଥିଲେ I ବିଭିନ୍ନ ମଣ୍ଡଳୀର ଯୁବଯୁବତୀମାନେ ଭକ୍ତିମୂଳକ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ I ଏହା ସହ ପ୍ରାଚୀନ ମାନକୁ , ଲେଲିଡର, ମହିଳା ନେତ୍ରୀ ମାନଙ୍କୁ ସଂମାନିତ କରିଥିଲେ I ଏହି ଉତ୍ସବ ପାଳନ ପାଇଁ ୧୦୦ରୁ ଉର୍ଦ୍ଧ୍ବ ମଣ୍ଡଳୀରୁ ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ବ ଖ୍ରୀଷ୍ଟୀୟ ବିଶ୍ୱାସୀ ଯୋଗ ଦେଇଥିଲେ I