୧୧ ତମ ଫୁଟବଲ ଟେନିସ୍ ଫେଡରେସନ‌ କପ-୨୦୨୩ରେ ଖେଳିବା ପାଇଁ ସୁଯୋଗ ପାଇଲେ କନ୍ଧମାଳ ଜିଲ୍ଲାରୁ ୪ ଖେଳାଳି….

ଅନୁସନ୍ଧାନ ଭାରତ(ବ୍ୟୁର): ୧୧ ତମ ଫୁଟବଲ ଟେନିସ୍ ଫେଡରେସନ‌ କପ-୨୦୨୩ ଚଳିତ ମାସର ୬ ତାରିଖ ଠାରୁ ୪ଦିନ ଧରି ଭାରତୀୟ ଫୁଟବଲ ଟେନିସ୍ ଫେଡରେସନ, ନୂଆଦିଲ୍ଲୀ ତତ୍ବାବଧାନରେ ମହାରାଷ୍ଟ୍ର ଫୁଟବଲ ଟେନିସ୍ ଆସୋସିଏସନ୍ ଆନୁକୁଲ୍ୟରେ ସୋଲାପୁର ସହରରେ ଅନୁଷ୍ଠିତ ହେବ । ଓଡ଼ିଶାର ବିଶିଷ୍ଟ କ୍ରୀଡା ସଂଗଠକ ଶ୍ରୀଯୁକ୍ତ ସହଦେବ ରାଉତଙ୍କ ତତ୍ବାବଧାନରେ ବିଶିଷ୍ଟ ଓଡ଼ିଶା ପୁଲିସ ଫୁଟବଲ ଖେଳାଳୀ ତଥା ଭଞ୍ଜନଗରର ଜଣାଶୁଣା ଖେଳାଳୀ ଦଳର କୋଚ ଭାବେ ଯନାବ ସେକ୍ ଆଶିଫ, ବିଶିଷ୍ଟ ଆନ୍ତର୍ଜାତିକ ରେଫରି ବ୍ରହ୍ମପୁର ର ଶ୍ରୀଯୁକ୍ତ ସୁଜିତ କୁମାର ପାତ୍ର, କନ୍ଧମାଳର ଆନ୍ତର୍ଜାତୀୟ ଖେଳାଳୀ ଶ୍ରୀଯୁକ୍ତ କହ୍ନେଇ ନାୟକ ଏବଂ କଳାମୋହନ ନାୟକ, ସହ ବାଦଲ ବୃଗି, ର୍କମଚାଦ୍ ନାୟକ ବ୍ରହ୍ମପୁର ଠାରୁ କୋଣାର୍କ ଏକ୍ସପ୍ରେସରେ ଗସ୍ତ କରିଛନ୍ତି । ୧୮ ଜଣିଆ ଦଳରେ କନ୍ଧମାଳ ଜିଲ୍ଲାରୁ ୪ଜଣ ଖେଳାଳୀ ଫେଡରେସନ କପରେ ଓଡ଼ିଶା ଦଳ ରୁ ପ୍ରତିନିଧିତ୍ବ କରିବା ପାଇଁ ସୁଯୋଗ ପାଇଛନ୍ତି । ଏଥିରେ ଆନ୍ତର୍ଜାତିକ ଫୁଟଭଲି ଖେଳାଳୀ ପପୁନା ସାହୁ , ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ ର ପ୍ରତିଷ୍ଠାତା ତଥା ସମାଜସେବୀ ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍ ଏବଂ କୋଚ ସସ୍ମିତା ସାହୁ ଓ ଚନ୍ଦନ ସୋରେନ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ଘୁ ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଗୁଟିଂଗିଆ ସରପଞ୍ଚ ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ମଣ୍ଡାକିଆ ସମିତି ସଭ୍ୟା ଶ୍ରୀମତୀ କ୍ରୀଷ୍ଣାପ୍ରୀୟା ପ୍ରଧାନ, ଗ୍ରେସିଂଗିଆ ସରପଞ୍ଚ ଶ୍ରୀମତୀ ତ୍ରୀଶିଲା ପ୍ରଧାନ, ଡଡିଗିଂଆ ସରପଞ ଅଶୋକ ପ୍ରଧାନ, କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦର ସଭାନେତ୍ରୀ ଶ୍ରୀମତୀ ଦମୟନ୍ତୀ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସନାତନ ପ୍ରଧାନ, ସମ୍ପାଦକ ନରେଶ ପ୍ରଧାନ, କୋଷାଧ୍ୟକ୍ଷ ବିପିନ୍ ପ୍ରଧାନ, ଲିଂଗାଗଡ ଗ୍ରାମପଞ୍ଚାୟତ ସ୍ତରୀୟ ସଂଗଠନ ସଭାପତି ଉଦୟନାଥ ପ୍ରଧାନ , ସମ୍ପାଦକ ଶ୍ରୀଯୁକ୍ତ ସୁନାମାଳୀ ପ୍ରଧାନ‌, ସଂଯୋଜକ ରାହୁଲ କୁମାର ମଲ୍ଲିକ, ଏମ୍.ଏମ.ସି.ଏଚ ନର୍ସିଂ ଟ୍ରେନିଂ ସ୍କୁଲର ଡାଇରେକ୍ଟର ପ୍ରଦିପ କୁମାର ମଲ୍ଲିକ, ଶିକ୍ଷକ ସଂଞିତ୍ କୁମାର ପ୍ରଧାନ, ଟାରଜନ୍ ସାହୁ, ସ୍ପେସଲ ବ୍ରାଞ୍ଚ ଇଂସପେକ୍ଟର ସୁନିଲ କୁମାର ନାୟକ, ଟିକାବାଲି ଜଳଛାୟା ପ୍ରକଳ୍ପ ଅଧିକାରୀ ସଚିନ୍ କୁମାର ପ୍ରଧାନ , କିଶୋର କୁମାର ନାୟକ ପୂର୍ବତନ ସେନା ଯବାନ , ଆଲଫନଜା ରାଜା, ବିଚିତ୍ରା ପ୍ରଧାନ ଫୁଟବଲ ରେଫେରି, ପି ଇ ଟି ରେଣୁବାଳା ପ୍ରଧାନ, ସଂଜୟ କୁମାର ସାହୁ, ସାମ୍ବାଦିକ ନାରାୟଣ ସାହୁ, ଅଶୋକ କୁମାର ପରିଡ଼ା, ସହ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି I