ଟିରିଭା ଇଣ୍ଡିଆ ପ୍ରାଏଭାଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ମହିଳା ଦିବସ ପାଳିତ..…

ଅନୁସନ୍ଧାନ ଭାରତ(ବ୍ୟୁର): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟିରିଭା ଇଣ୍ଡିଆ ପ୍ରାଏଭାଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି I ଏହି କାମ୍ଫାନୀ ୨୦୨୧-୨୦୨୨ ବର୍ଷରୁ ଭାରତରେ କାମ କରି ଆସୁଛି I ବର୍ତମାନ କାମ୍ଫାନୀରେ ୩୦% ମହିଳା କାର୍ଯ୍ୟରତ I ଆଗାମୀ ୨୦୨୭-୨୦୨୮ ସୁଦ୍ଧା ୫୫% ମହିଳାଙ୍କୁ ସ୍ୱବାଲମ୍ବୀ କରି କାର୍ଯ୍ୟ କରିବା ଏବଂ ମହିଳାଙ୍କୁ ସୁଯୋଗ ଦେବା ଲକ୍ଷ୍ୟ ରଖିଛି କମ୍ପାନୀ I ଏହି କାମ୍ଫାନୀ ଭାରତରେ ବିହାର, ଝାଡ଼ଖଣ୍ଡ, ଛତିଶଗଡ, ଆନ୍ଦ୍ର ପ୍ରଦଶ, ଓଡିଶା ଇତ୍ୟାଦି ରାଜ୍ୟର ୫୪ ଜିଲ୍ଲାରେ କାମ କରୁଛି I ବେଟି ବଚାଓ ବେଟି ପଢ଼ାଓ ଭାରତ ସରକାରଙ୍କ କାର୍ଯ୍ୟକ୍ରମକୁ ଅଉ ଏକ ପାଦ ଆଗକୁ ନେବାରେ ସହଯୋଗ ର ହାତ ବଢ଼ାଇଛି l ଏହି କାମ୍ଫାନୀ ବଜାରରେ ଯେଉଁ କରଞ୍ଜ ମଞ୍ଜିକୁ କେହି କିଣୁ ନାହାନ୍ତି ଗଛରେ ଛାଡୁ ଛନ୍ତି ଜଙ୍ଗଲରେ ନଷ୍ଟ ହଉଛି I ତାହା କିପରି ସଂଗ୍ରହ ହେବ ଓ ମହିଳା ମାନେ ଆର୍ଥିକ ସ୍ୱାବଲମ୍ବୀ ହେବେ ସେ ସମ୍ପର୍କରେ ତାଲିମ ଏବଂ ପ୍ରୋତ୍ସାହନ ଦେଉଛି I କରଞ୍ଜ ମଞ୍ଜିରେ ସବୁଜ ସାର, ଖାଇବା ତଲ, ଓଷଧୀୟ ତଲ ଇତ୍ୟାଦି ପ୍ରସ୍ତୁତ ହେଉଥିବାରୁ ତାହା କାମ୍ଫାନୀ କିଣିବାକୁ ଆଗ୍ରହ ପ୍ରକାଶ କରିଛି l ଏହି ମହିଳା ଦିବସ ଅବସରରେ କୋଳାନାରା ବ୍ଲକ ବଡ଼ ଖିଲାପଦର ପଂଚାୟତରେ ମହିଳାମାନଙ୍କୁ ନେଇ ଏକ ବୈଠକ ହୋଇ ଥିଲା I ମହିଳାମାନେ କିପରି ଆର୍ଥିକ ସ୍ୱାବଲମ୍ବୀ ହେବ ତାହା ମହିଳାଙ୍କୁ ଟିରିଭା ଜିଲ୍ଲା ସଂଯୋଯକ ମାନସ ରଞ୍ଜନ ମିଶ୍ର ଯୋଗ ଦେଇ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ I ଏଥିରେ ପୂର୍ବତନ ମହିଳା ସରପଞ୍ଚ ରଶ୍ମିତା କାର୍ଡlକା, ପୂର୍ବତନ ସମିତି ସଭ୍ୟ ଅନାଦି କୀଲାକା, ରାଜରାଓ କାଣ୍ଡଗାରୀ, ସୁରେନ୍ଦ୍ର କାଣ୍ଡଗାରୀ, ସହଯୋଗ କରିଥିଲେ I