ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଗୃହରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ତଥା ବିଡିଓ ଆଶିଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ସହଯୋଗରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି I ବ୍ଲକର ୫୧ ଜଣ ପୁରୁଷ ଏବଂ ମହିଳା ବର୍ଗର ଖେଳାଳୀ ଆଜି ବ୍ଲକର ପ୍ରେକ୍ଷାଳୟ ଗୃହରେ ଉପସ୍ଥିତ ରହିଥିଲେ I ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ୫୧ ଜଣ ପିଲାଙ୍କୁ କ୍ରୀଡାର ନୀତି ନିୟମ ମାନି ଶୃଙ୍ଖଳିତ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ବିଡିଓ, ଅଧ୍ୟକ୍ଷା, ଉପସ୍ଥିତ କାର୍ଯ୍ୟରତ ସାମ୍ବାଦିକ ମାନେ ଖେଳାଳୀଙ୍କୁ ଉପଦେଶ ଦେଇଥିଲେ I ବ୍ଲକ କାର୍ଯ୍ୟାଳୟ ରୁ ଖେଳାଳୀମାନେ ହକି ପୁରୁଷ ବିଶ୍ୱକପ ୨୦୨୩ର ବ୍ୟାନର ଧରି ଚାଲି ଚାଲି ଗାନ୍ଧୀ ଛକ ପର୍ଯ୍ୟନ୍ତ ଆସିଥିଲେ I ସେଠାରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲା ସ୍ତରୀୟ ଖେଳରେ ଭାଗ ନେବା ନିମନ୍ତେ ଫୁଲବାଣୀ ଗସ୍ତ କରିଥିଲେ । ଏହି ଅବସରରେ ଘୁ.ଉଦୟଗିରି ପ୍ରେସକ୍ଲବ ସଦସ୍ୟମାନେ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ଶାନ୍ତି ଶୃଙ୍ଖଳାରେ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଵା ଏବଂ କୃତକାର୍ଯ୍ୟ ସହ ଘୁ.ଉଦୟଗିରି ବ୍ଲକର ଗୌରବ ଆଣିବା ନିମନ୍ତେ ଖେଳାଳୀଙ୍କୁ ଉତ୍ସାହିତ କରି ଖେଳାଳୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ I