ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପନ ଉତ୍ସବ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀ ଯୋଗଦେଇ ସୁସ୍ଥ ଜୀବନ ପାଇଁ କ୍ରୀଡାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ବିପୁଳଭୁଜ ମାଝି ଅତିଥଙ୍କ ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଯୁକ୍ତ ଦୁଇ ଶ୍ରେଣୀ ପାଇଁ ମହିଳା ବର୍ଗରେ ଶୁଭଶ୍ରୀ ପ୍ରଧାନ ଓ ପୁରୁଷ ବର୍ଗରେ ବିରେନ୍ଦ୍ର କୁମାର ପ୍ରଧାନ, ଯୁକ୍ତ ତିନି ଶ୍ରେଣୀରେ ମହିଳା ବର୍ଗରେ ରଚନା ପ୍ରଧାନ ଓ ପୁରୁଷ ବର୍ଗରେ ଅଙ୍କୁରସିଂ ପାତ୍ର ଚମ୍ପିୟାନ ହୋଇଥିଲେ। କ୍ରୀଡା ଶିକ୍ଷକ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିବା ବେଳେ, ଅଧ୍ୟାପକ ଦ୍ୱିତୀକୃଷ୍ଣ ଖଣ୍ଡୁଆଳ କୃତି ଖେଳାଳୀଙ୍କ ନାମ ଘୋଷଣା କରିଥିଲେ ଏବଂ ଅଧ୍ୟାପକ ଡଃ ରାଜେଶ୍ କୁମାର ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ।